ଶ୍ରୀନଗର: ପହଲଗାଓଁ ଆକ୍ରମଣରେ ଆତଙ୍କବାଦୀମାନେ କେବଳ ଏକେ-୪୭ ନୁହେଁ, ବରଂ ଆମେରିକା ନିର୍ମିତ ଅତ୍ୟାଧୁନିକ ଏମ୪ କାର୍ବାଇନ ରାଇଫଲ ବ୍ୟବହାର କରିଥିବାର ପ୍ରମାଣ ମିଳିଛି। ପ୍ରାଣ ହରାଇଥିବା କେତେକ ପର୍ଯ୍ୟଟକଙ୍କ ଶରୀରରୁ ଏମ୪ କାର୍ବାଇନ ରାଇଫଲ ଗୁଳି ବାହାର କରାଯାଇଥିବାବେଳେ ଘଟଣାସ୍ଥଳରୁ ଏହାର ଖୋକା ମଧ୍ୟ ମିଳିଛି। ତେବେ ଆତଙ୍କବାଦୀଙ୍କ ନିକଟରେ ଏଭଳି ରାଇଫଲ ପହଞ୍ଚାଇବାରେ ପାକିସ୍ତାନ ସେନାର ହାତ ଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଦୁଇଜଣ ଆତଙ୍କବାଦୀ ଏକେ-୪୭, ଅନ୍ୟ ଆତଙ୍କବାଦୀମାନେ ଏମ୪ କାର୍ବାଇନ ରାଇଫଲ ବ୍ୟବହାର କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଏହି ଆକ୍ରମଣରେ ଆତଙ୍କବାଦୀମାନେ ମୋଟ ୭୦ ରାଉଣ୍ଡ ଗୁଳି ଫୁଟାଇଥିବା କୁହାଯାଇଛି। ଆକ୍ରମଣରୁ ବର୍ତ୍ତିଯାଇଥିବା କେତେକ ପର୍ଯ୍ୟଟକ ଏହି ଭୟାବହ ଆକ୍ରମଣ ସମ୍ପର୍କରେ ସେମାନଙ୍କର ସ୍ମୃତି ବଖାଣିଛନ୍ତି। ମୋଟ ୭ ଜଣ ଆତଙ୍କବାଦୀ ଦୁଇଟି ଗ୍ରୁପ୍ରେ ବିଭକ୍ତ ହୋଇ ସେଠାରେ ପହଞ୍ଚିଥିଲେ। ଚାରିଜଣ ସେନା/ପୁଲିସ ପୋଷାକ ପରିଧାନ କରିଥିବାବେଳେ ଅନ୍ୟ ତିନିଜଣ ସାଧାରଣ ପୋଷାକ (କାବୁଲିୱାଲା)ରେ ଥିଲେ।
Popular Categories



