www.samajalive.in
Saturday, December 6, 2025
15.1 C
Bhubaneswar

ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ: ସରକାରଙ୍କ ପାଖରେ ଫେରାଦ ହେଲା ରାଜସ୍ଥାନ

ଜୟପୁର: ନିକଟରେ ଆଇପିଏଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସଠାରୁ ମାତ୍ର ୨ ରନ୍‌ରେ ପରାସ୍ତ ହୋଇଥିଲା ରାଜସ୍ଥାନ ରୟାଲ୍‌ସ। ଏପ୍ରିଲ ୧୯ରେ ଜୟପୁରରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଶେଷ ଓଭରରେ ଜିତିବା ପାଇଁ ଘରୋଇ ରାଜସ୍ଥାନକୁ ମାତ୍ର ୯ ରନ୍‌ ଆବଶ୍ୟକ ଥିଲା। ଆଭେସ୍‌ ଖାଁ ବୋଲିଂ କରିଥିବା ଉକ୍ତ ଓଭରରେ ରାଜସ୍ଥାନ ମାତ୍ର ୬ ରନ୍‌କରି ପରାସ୍ତ ହୋଇଥିଲା। ଏହାପରେ ଗଣମାଧ୍ୟମରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ମ୍ୟାଚ୍‌ ଫିକ୍ସିଂର ଅଭିଯୋଗ ଆଣି ଏହା ଜାଣିଶୁଣି ହାରିଛି ବୋଲି ରାଜସ୍ଥାନର ବିଜେପି ବିଧାୟକ ଜୟଦୀପ ବିହାନୀ ଅଭିଯୋଗ କରିଥିଲେ। ଏପରି କରି ରାଜସ୍ଥାନ ରୟାଲ୍‌ସ ଏହାର ପ୍ରଶଂସକଙ୍କୁ ଧୋକା ଦେଇଛି। ଜୟଦୀପ ମଧ୍ୟ ରାଜସ୍ଥାନ କ୍ରିକେଟ ଆସୋସିଏସନ୍‌ର ଆବାହକ ଅଛନ୍ତି। ଏପରି ଅଭିଯୋଗ ପରେ ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଅଭିଯୋଗ ମିଥ୍ୟା, ଅମୂଳକ ଏବଂ କୌଣସି ପ୍ରମାଣ ନାହିଁ ବୋଲି ରାଜସ୍ଥାନ ଦଳ ମ୍ୟାନେଜମେଣ୍ଟର ଦୀପ ରାୟ କହିଛନ୍ତି। ସର୍ବ ସମକ୍ଷରେ ଏପରି ଭିତ୍ତିହୀନ ଅଭିଯୋଗ କରିବା ଦ୍ବାରା ରାଜସ୍ଥାନ ରୟାଲ୍‌ସର ଖ୍ୟାତିରେ ଆଞ୍ଚ ଆସିବା ସହ ଅନାବଶ୍ୟକ ବିବାଦ ଓ ଜନସାଧାରଣଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ଦୀପ ରାୟ କହିଛନ୍ତି। ବୁଧବାର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ପତ୍ରଲେଖି ବିଧାୟକ ଜୟଦୀପ ବିହାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories