www.samajalive.in
Monday, December 15, 2025
26.1 C
Bhubaneswar

ପ୍ରଶାନ୍ତିରୁ ଆସି ପହଞ୍ଚିଲା ବାବାଙ୍କ ଦିବ୍ୟ ପାଦୁକା ରଥ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ରେଙ୍ଗାଲିକ୍ୟାମ୍ପ: ସୁଦୂର ପ୍ରଶାନ୍ତିରୁ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ପାଦୁକା ରଥ ବୁଧବାର ଅତାବିରାରେ ପହଞ୍ଚିଛି। ଏହି ପାଦୁକା ରଥକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ରଥ ଚାରି ପାର୍ଶ୍ଵରେ ଜମି ରହିଥିବା ଦେଖିବାକୁ ମିଳିଥିଲା। ରଥ ଆସି ଗୋଡଭଗା ଗୋଲକ ନଗରରେ ପହଞ୍ଚିବା ପରେ ଆଖ ପାଖ ଅଂଚଳର ବାବାଙ୍କ ଭକ୍ତମାନେ ଏହି ରଥକୁ ପାଛୋଟି ନେଇଥିଲେ ନିଲେଇପାଲି, ଲହଣ୍ଡା, ଗଉର ଟିକ୍ରା, ସିଲେଟ, ଶୁଢାପାଲି, ଭାଲୁ ପତ୍ରା, ହଳଦୀ ପାଲି, ହଳଦୀ ଟିକ୍ରା, ଟୋପ, ରାମଚଣ୍ଡୀ ମନ୍ଦିର, ଲାଦରପାଳି, କାଣ୍ଡ ପାଲି, ଖଲିଆପାଲି, ଭାଲୁପାଲିରୁ ଅତାବିରା ସତ୍ୟ ସାଇ ମନ୍ଦିର ସମ୍ମୁଖକୁ । ଏହି ସମସ୍ତ ଗ୍ରାମର ସମସ୍ତ ଭକ୍ତମାନେ ଦର୍ଶନ କରିବା ପରେ ଏହି ପାଦୁକା ରଥ ଗଡି ଯାଇଥିଲା ପ୍ରଶାନ୍ତିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ପାଖକୁ। ବାବାଙ୍କ ଆଶୀର୍ବାଦରେ ଆରୋଗ୍ୟ ଲାଭ କରିଥିବା ମହିଳା, ପୁରୁଷ ତଥା ଯୁବକ ଯୁବତୀ ବାବାଙ୍କ ଦିବ୍ୟ ପାଦୁକାକୁ ଦର୍ଶନ କରିବାର ସୁଯୋଗ ଲାଭକରି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ଅବତାର ଅବତରଣ ଶତବାର୍ଷିକୀ ଉପଲକ୍ଷେ ଏହି ରଥ ୨୦୨୨ ଗୁରୁପୂର୍ଣ୍ଣିମା ଦିନରୁ ବାହାରି ସମସ୍ତ ଭକ୍ତଙ୍କୁ ଦର୍ଶନ ଦେଇ ଚାଲିଛି ଓ ଆସନ୍ତା ୨୦୨୫ ମସିହା ଭଗବାନ ସାଇଙ୍କ ଜନ୍ମଦିନ ପର୍ଯ୍ୟନ୍ତ ଏହି ପାଦୁକା ରଥ ଭାରତର ସମସ୍ତ ରାଜ୍ୟମାନଙ୍କରେ ଗଡି ଚାଲିବ ବୋଲି ଜଣାପଡିଛି । ତେବେ ଅତାବିରା ଅଞ୍ଚଳର ସାଇପ୍ରେମୀ ନରୋତ୍ତମ ମହାନ୍ତି, ତ୍ରିଲୋଚନ ଭୋଇ, ସୁବା ରାଓ, କାଶୀନାଥ ଯୋନପୂରୀ, ଜି ସତ୍ୟ ନାରାୟଣ, ସୁଜାତା ପଣ୍ଡା, ସୁଶାନ୍ତ ସାହୁ, ଜି ମାଧବୀ, କବିତା ଯୋନପୁରି, କଳ୍ପନା ପଣ୍ଡା, ଦେବଦତ୍ତ ତାଣ୍ଡି, ସୁରେନ୍ଦ୍ର ମିର୍ଦ୍ଧା ତଥା ଶତାଧିକ ଭକ୍ତ ନାମ ସଂକୀର୍ତ୍ତନ ସହ ଏହି ପାଦୁକା ରଥକୁ ବରଗଡ଼ ଅଭିମୁଖେ ନେଇଯାଇଥିଲେ । ବରଗଡ଼ ଗୋରୁ ମାର୍କେଟଠାରେ ବରଗଡ଼ ସତ୍ୟସାଇ କମିଟିକୁ ଅର୍ପଣ କରି ପରବର୍ତ୍ତୀ କାର୍ଯ୍ୟକ୍ରମର ଗୁରୁ ଦାୟିତ୍ବ ହସ୍ତାନ୍ତର କରିଥିଲେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ନାରାୟଣ ସେବା ଓ ସ୍ବାସ୍ଥ୍ୟ ଶିବିର ଅତାବିରା ସାଇ କମିଟି ପକ୍ଷରୁ ଅୟୋଜନ କରାଯାଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories