www.samajalive.in
Saturday, December 6, 2025
17.1 C
Bhubaneswar

ପଦ୍ମପୁରରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ପଦ୍ମପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ମଣୀମାଳା ଶବରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଉପାଧ୍ୟକ୍ଷ ରମେଶ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ, ଆଡ଼ିସିନାଲ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ମଞ୍ଚାସୀନ ହୋଇଥିଲେ। ମୁଖ୍ୟତଃ ବୈଠକରେ ପାନୀୟ ଜଳ ,ଶିକ୍ଷା, ରାସ୍ତାଘାଟ,ଶିଶୁ ବିକାଶ ଉପରେ ଆଲୋଚନା ହୋଇଥିଲା ଉକ୍ତ ବୈଠକରେ ସମସ୍ତ ପଞ୍ଚାୟତ ରେ ପାନୀୟ ଜଳଯୋଗାଣର ସଠିକ ବ୍ୟବସ୍ଥା କରିବା ପାଇଁ ସରପଞ୍ଚ ଓ ସମିତି ସଭ୍ୟମାନେ ଜଳପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ପାନ ମାରାଣ୍ଡିଙ୍କୁ ଅବଗତ କରିଥିଲେ। ବିଶେଷ କରି ସଦର ପଦ୍ମପୁର ପଞ୍ଚାୟତରେ ଜଳ ଯୋଗାଣରେ ଅନିୟମିତତା କରାଯାଉଥିବା ନେଇ ତୁମ୍ବୀ ତୋଫାନ ହୋଇଥିଲା। ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇ କେଉଁ ଯୋଜନାରେ କେଉଁ ସବୁ କାର୍ୟ୍ୟ ଚାଲିଛି ଉକ୍ତ ବିଭାଗର ଅଧିକାରୀ ମାନେ ସମସ୍ତ ଲୋକ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ। ବୈଠକରେ ପଦ୍ମପୁର ବ୍ଲକର ୧୩ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା, ସାଂସଦ ପ୍ରତିନିଧି ରାଜୀବ ସାହୁ, ଜିଲ୍ଲା ପରିଷଦ ସଭ୍ୟ(କ) ଡ଼ରଗିନ ଶବର, ଜିଲ୍ଲା ପରିଷଦ (ଖ) ରବିନାରାୟଣ ଆଚାର୍ୟ୍ୟ, ସହକାରୀ ଯନ୍ତ୍ରୀ ରଶ୍ମିତା ଶବର, ଏଏସ ଆଇ ପ୍ରଜ୍ଞାଶ୍ରୀ ନାୟକ, ପଦ୍ମପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରମିଳା ବେହେରାଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ବୈଠକକୁ ଜିପିଓ ଅଜୟ କୁମାର ଦାସ ପରିଚାଳନା କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories