www.samajalive.in
Friday, December 5, 2025
17.1 C
Bhubaneswar

ନାନ୍ଦୁପଲାରେ ହାତୀ ଆତଙ୍କ, ଭାଙ୍ଗିଲେ ୨ଟି ଘର 

ବଲାଙ୍ଗିର: ଜିଲାର ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ହରିଶଙ୍କର ରେଞ୍ଜ ଅଞ୍ଚଳରେ କିଛି ଦିନ ହେବ ୨ଟି ଜଙ୍ଗଲୀ ହାତୀ ଆସି ଆତଙ୍କ ସୃଷ୍ଟି କରୁଥିବା ଜଣାପଡିଛି। ଗତ କିଛି ଦିନ ହେବ ୨ଟି ହାତୀ ଆଖ ପାଖରେ ଥିବା ଗାଁ ମାନଙ୍କୁ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେବା ସହ ଘରେ ଥିବା ସାମଗ୍ରୀ ନଷ୍ଟ କରି ଦେଉଥୁବା ଦେଖିବାକୁ ମିଳିଥିଲା। ଗତ ବିଳମ୍ବିତ ରାତ୍ରିରେ  ନାନ୍ଦୁପଲା ଗାଁକୁ ୨ଟି ହାତୀ ଆସି ଗାଁର ଚକ୍ରଧର ବାଗ ଓ ରତି ରାବଣ ନାମକ ଜଣେ ବୃଦ୍ଧାଙ୍କ ଘର ଭାଙ୍ଗି ଦେଇଛନ୍ତି। ତାଙ୍କ ଘରେ ଥିବା ଚାଉଳ ଖାଦ୍ୟ ସାମଗ୍ରୀ ନଷ୍ଟ କରି ଦେଇଛନ୍ତି। ପ୍ରାୟ ୨ଘଣ୍ଟା ଧରି ହାତୀ ଉତ୍ପାତ କରିଥିବା ବେଳେ ଲୋକେ ଭୟରେ ରହିଛନ୍ତି। ଖବର ପାଇ ବନ କର୍ମଚାରୀ ଆସି ହାତୀକୁ ଘୋଉଡ଼।ଇବା ପରେ ହାତୀ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି। ହାତୀଙ୍କ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ଗାଁ ଲୋକ ଦାବି ଜଣାଇଛନ୍ତି। ଏନେଇ ହରିଶଙ୍କର ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories