www.samajalive.in
Saturday, December 6, 2025
17.1 C
Bhubaneswar

ଖାଆନ୍ତୁ ମଟର ଛୁଇଁ ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଶୀତ ଆସିବାକୁ ଅଳ୍ପ ଦିନ ବାକି। ଏହି ଦିନରେ ସମସ୍ତ ପ୍ରକାରର ସବୁଜ ପନିପରିବା ପ୍ରଚୁର ପରିମାଣରେ ମିଳିଥାଏ। ଶୀତଦିନ ଆସିବା ମାତ୍ରେ ମଟର ଛୁଇଁ ମିଳିବା ଆରମ୍ଭ ହୋଇଥାଏ। ମିଠାଳିଆ ସ୍ୱାଦର ଏହି ମଟର ଛୁଇଁ ସିଧାସଳଖ ଖାଇବା ସହ ଏହାକୁ ବିଭିନ୍ନ ବ୍ୟଞ୍ଜନ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ। ମଟର ପରଟା, ମଟର ତରକାରୀ, ମଟର ପୁଲାଉ ଆଦି। ମାତ୍ର ଖାଦ୍ୟର ସ୍ୱାଦ ବଢାଉଥିବା ମଟର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଜାଣନ୍ତୁ..
ମଟରଛୁଇଁରେ ଫାଇବର ଓ ପ୍ରୋଟିନ ଭରପୁର ମାତ୍ରାରେ ରହିଛି। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରି ରଖିଥାଏ।
ମଟର ପୋଷକ ତତ୍ତ୍ୱରେ ଭରପୁର। ଏଥିରେ ଭିଟାମିନ ବି  ୬, ଭିଟାମିନ ସି ଓ ଫୋଲିକ୍‌‌ ମଧ୍ୟ ରହିଛି। ଏହା ଶରୀରର ଅନେକ ସମସ୍ୟା ଦୂର କରିବା ବିଭିନ୍ନ ପ୍ରକାର ସଂକ୍ରମଣରୁ ଶରୀରକୁ ଦୂରେଇ ରଖେ। ଚର୍ମକୁ ସୁସ୍ଥ ରଖିବା ସହ ଚର୍ମ ଜନିତ ଅନେକ ସମସ୍ୟା ଦୂର କରିଥାଏ।
ସବୁଜ ମଟର ଛୁଇଁ ପ୍ରୋଟିନର ସବୁଠାରୁ ଉତ୍ତମ ସ୍ରୋତ। ଏଥିରେ ଫାଇବର ପ୍ରଚୁର ମାତ୍ରାରେ ଥିବାରୁ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ।
ସବୁଜ ମଟରଛୁଇଁ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌‌ ସ୍ତର ନିୟନ୍ତ୍ରଣ ହୋଇଥାଏ।

କୋଷ୍ଠକାଠିନ୍ୟ ସମସ୍ୟା ରହିଥିଲେ ଅଧିକ ମାତ୍ରାରେ ଫାଇବର ଥିବା ଖାଦ୍ୟ ଖାଇବା ଉଚିତ। ଏପରି କ୍ଷେତ୍ରରେ ମଟର ଛୁଇଁରେ ଅଧିକ ଫାଇବର ରହିଛି। ତାହା ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ।

- Advertisement -

ଓଜନ କମାଇବା ପାଇଁ କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ମଟର ଛୁଇଁରେ କମ କ୍ୟାଲୋରୀ ସତ୍ତ୍ବେ ଅଧିକ ପୋଷକ ତତ୍ତ୍ବ ରହିଛି। ତେଣୁ ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ମଟର ଛୁଇଁ ଖାଇବା ଉଚିତ। ୧କପ ମଟରରେ ୧୧୮କ୍ୟାଲୋରୀ ରହିଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories