www.samajalive.in
Monday, December 15, 2025
16.1 C
Bhubaneswar

ଟାଙ୍ଗିଆ ଚୋଟରେ ମାଆ ଗୁରୁତର, ପୁଅ ଥାନାରେ ଅଟକ

ପଦ୍ମପୁର:  ରାୟଗଡ଼ା ଜିଲା ପଦ୍ମପୁର ଥାନା ଆଖୁସିଙ୍ଗିରେ ଅଭାବନୀୟ ଘଟଣା। ପୁଅର ଟାଙ୍ଗିଆ ଚୋଟରେ ମାଆ ରମ୍ଭା ମିଶାଲ ଗୁରୁତର ହୋଇଛନ୍ତି। ଗୁରୁତର ମା’ଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥବସ୍ଥା ଅତି ଗୁରୁତର ହୋଇପଡ଼ିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଏପଟେ ପୁଅକୁ ଥାନାରେ ଅଟକ ରଖିଛି ପଦ୍ମପୁର ପୁଲିସ। ଗତ କିଛି ମାସ ହେବ କୃଷ୍ଣ ମାନସିକ ବିକୃତରେ ପୀଡ଼ିତ ଥିବା ଜଣାପଡ଼ିଛି। ଆଜି ମାଆ ଓ ପୁଅ ଙ୍କ ମଧ୍ୟ ରେ କଥାବାର୍ତ୍ତା ଚାଲିଥିଲା। ସେତେବେଳେ ପୁଅ ରାଗି ଯାଇ ମାଆକୁ ମାରିବା ପାଇଁ ଟାଙ୍ଗିଆ ଧରି ଗୋଡାଇ ଥିଲା। ପଛ ପଟୁ ମୁଣ୍ଡକୁ ପ୍ରହାର କରିଥିଲା। ଘଟଣାସ୍ଥଳରେ ମାଆ ତଳେ ପଡି ଯାଇଥିଲେ।  ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories