www.samajalive.in
Monday, December 15, 2025
27.1 C
Bhubaneswar

ସରିଗଲା ଧାନକିଣା ଅବଧି : ପୋଡ଼ିଗଲା ୧୩ ହଜାର ଚାଷୀଙ୍କ ମନ

ଭଦ୍ରକ : (ସ୍ମୃତିରଞ୍ଜନ ସାହୁ): ସରିଗଲା ସରକାରଙ୍କ ଧାନ କିଣା ଅବଧି। ପୋଡିଗଲା ଭଦ୍ରକ ଜିଲାର ୧୩ ହଜାରରୁ ଅଧିକ ଚାଷୀଙ୍କ ମନ। ସରକାରଙ୍କୁ ଧାନ ବିକିବେ ବୋଲି ଶେଷ ଦିନ ଯାଏ ପ୍ରଶାସନ ସହ ଜାରି ରଖିଥିଲେ ଲଢେଇ(?)। ଏପରିକି ମାର୍ଚ୍ଚ ୩୧ ତାରିଖ(ଶେଷ ଦିବସ) ରାତିଯାଏ ଜିଲାପାଳଙ୍କ ଦପ୍ତର ଆଗ ଚଟାଣରେ ଚାଷୀ ଧାରଣା ଦେଇଥିଲେ ତ ଗ୍ରାମାଞ୍ଚଳରେ ସମବାୟ ସମିତି ଆଗରେ ବି ଚାଲିଥିଲା ଧାରଣା । ଅନେକ ନିରବରେ ଧୈର୍ଯ୍ୟର ସହ ସରକାରଙ୍କୁ କରିଥିଲେ ଭରସା। ହେଲେ ଶେଷ ଆଡକୁ କଥା ରଖି ପାରିଲେନି ସରକାର। ଟାର୍ଗେଟ ନାହିଁ ତ ଧାନକିଣା ହେବ କେମିତି ବୋଲି ଦର୍ଶାଇ ପ୍ରଶାସନ ହାତ ଟେକିଦେଲା। ସରକାରୀ ଧାନକିଣା ଶେଷ ହେଲା ବୋଲି ଘୋଷଣା ହୋଇଗଲା। ଏବେ ସରକାରଙ୍କୁ ଧାନ ବିକିି ନଥିବା ଚାଷୀ ଆନ୍ଧ୍ର, ପଶ୍ଚିମବଙ୍ଗ ବେପାରୀ ଅଥବା ଦଲାଲକୁ ଖୋଜିବା ସ୍ୱାଭାବିକ।
ଏସବୁ ଭିତରେ ଏକ ବଡ ପ୍ରଶ୍ନ ଉଭା ହୋଇଛି। ଜିଲାରେ କେତେ ଚାଷୀ ଧାନ ବିକିବାକୁ ନାମ ପଞ୍ଜୀକରଣ କରିଛନ୍ତି(୬୯ ହଜାର ୬୫୨), ଚାଷୀଙ୍କ ପାଖେ କେତେ ପରିମାଣର ଧାନ ବଳକା ରହିଛି(୩୫ ଲକ୍ଷ କ୍ବିଣ୍ଟାଲ), ଏହି ତଥ୍ୟ ସରକାରଙ୍କ ପାଖେ ଥାଇ ମଧ୍ୟ ସରକାର କାହିଁକି ୧୩ ହଜାରରୁ ଅଧିକ ଚାଷୀଙ୍କୁ ହତାଶ କଲେ ? ପ୍ରଶ୍ନଟି ସରକାରଙ୍କ ପାଇଁ ଜଟିଳ ଥିବା କାରଣରୁ ଉତ୍ତର ମିଳିବା ବି ସହଜ ନୁହେଁ। ତଥାପି ସରକାର ରାଜ୍ୟରେ ଏଥରକ ରେକର୍ଡ଼ ପରିମାଣର ଧାନକିଣା ଯାଇଛି ବୋଲି ଦର୍ଶାଇ ଆତ୍ମସନ୍ତୋଷ ଲୋଭୁଛନ୍ତି। ଅନୁରୂପ ଭାବେ ଭଦ୍ରକ ଜିଲାରେ ମଧ୍ୟ ଧାନକିଣା ତଥ୍ୟ ମଧ୍ୟ ଉତ୍ସାହଜନକ ହୋଇଛି।

ଜିଲାପାଳ ଡ.ଜ୍ଞାନ ଦାସ ଆଜି ଟ୍ୱିଟ ଯୋଗେ ଜିଲାର ଧାନକିଣା ବାବଦ ତୁଳନାତ୍ମକ ତଥ୍ୟ ଦେଇଛନ୍ତି। ଯେଉଁଥିରେ ପୂର୍ବବର୍ଷ ଅପେକ୍ଷା ଅଧିକ ଚାଷୀ ଏଥରକ ସରକାରୀ ମଣ୍ଡିରେ ଧାନ ବିକିଥିବା ଓ ପୂର୍ବାପେକ୍ଷା ଅଧିକ ଧାନ ମଧ୍ୟ ସରକାରୀ ଭାବେ କିଣା ଯାଇଥିବାର ତଥ୍ୟ ଦିଆଯାଇଛି। ଜିଲାପାଳଙ୍କ ତଥ୍ୟ ଅନୁଯାୟୀ; ଗତ ୧୯-୨୦ ଖରିଫ ବର୍ଷରେ ଭଦ୍ରକ ଜିଲାରେ ମୋଟ ୩୯ ହଜାର ୯୧୦ ଜଣ ଚାଷୀ ସରକାରୀ ମଣ୍ଡିରେ ଧାନ ବିକିଥିଲେ। ଚଳିତ ୨୦-୨୧ ଖରିଫ ବର୍ଷରେ ଏହି ସଂଖ୍ୟା ପହଂଚିଛି ୫୬ ହଜାର ୨୧୨ ରେ। ଅର୍ଥାତ ଏବର୍ଷ ଅଧିକ ୧୬ ହଜାର ୩୦୨ ଚାଷୀ ଧାନ ବିକିଛନ୍ତି। ଗତ ୧୯-୨୦ ବର୍ଷରେ ଭଦ୍ରକ ଜିଲାରେ ସରକାରୀ ଭାବେ ୨୧ ଲକ୍ଷ ୯୫୪ କ୍ବିଣ୍ଟାଲ ଧାନ କିଣା ଯାଇଥିଲା। ଏବର୍ଷ କିନ୍ତୁ କିଣାଯାଇଛି ୨୭ ଲକ୍ଷ ୩୧ ହଜାର ୧୬୫ କ୍ବିଣ୍ଟାଲ। ଅର୍ଥାତ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ୬ ଲକ୍ଷ ୩୦ ହଜାର କ୍ୱିଂଟାଲ ଧାନ ସରକାରୀ ଭାବେ ଭଦ୍ରକ ଜିଲାରୁ କିଣାଯାଇଛି। ପ୍ରଶାସନର ଏହି ତଥ୍ୟ ନିହାତି ସରକାରୀ କଳ ଲାଗି ଉତ୍ସାହପ୍ରଦ ଏଥିରେ ଦ୍ୱିମତ ନାହିଁ। ମାତ୍ର ଧାନ ବିକ୍ରିିରୁ ବଞ୍ଚିତ ଜିଲାର ୧୩ ହଜାର ୪୪୦ ଚାଷୀଙ୍କର ସରକାରୀ ବ୍ୟବସ୍ଥା, ସରକାର ଓ ଶାସକ ଦଳ ପ୍ରତି ମତିଗତି କ’ଣ ରହିବ, ତାହାର ଆକଳନ କିଏ କରିବ ?

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories