www.samajalive.in
Saturday, December 13, 2025
27.1 C
Bhubaneswar

ମଟର ସାଇକଲରେ ଧାନବୁହା ପ୍ରସଙ୍ଗ ; ତ୍ୱରିତ ପଦକ୍ଷେପ ଲାଗି ଭିଜିଲାନ୍‍ସକୁ ନିର୍ଦେଶ

ଭୁବନେଶ୍ୱର : ବରଗଡ଼ ଜିଲାରେ ସ୍କୁଟି ଓ ସ୍କୁଟରରେ ମିଲ୍‍କୁ ଟନ୍‍ ଟନ୍‍ ଧାନବୁହା କେଳେଙ୍କାରୀ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ପରେ ସରକାର ଘଟଣାକୁ ଗୁରୁତର ସହ ନେଇଛନ୍ତି। ଦୁଇ ଚକିଆ ଯାନରେ କିଭଳି ଶତାଧିକ ଟନ୍‍ ଧାନ ପରିବହନ ରେକର୍ଡରେ ଦର୍ଶାଗଲା ଏବଂ କେଉଁ ପରିପ୍ରେକ୍ଷୀରେ ଏପରି ବେଆଇନ କାର୍ଯ୍ୟ ହୋଇଛି ସେନେଇ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସରକାରଙ୍କୁ ଅବଗତ କରିବାକୁ ସମ୍ବଲପୁର ଭିଜିଲାନ୍‍ସ ଏସ୍‍ପିଙ୍କୁ ନିର୍ଦେଶ ଦିଆଯାଇଛି। ସୋମବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରସଙ୍ଗରେ ସମ୍ବଲପୁର ଭିଜିଲାନ୍‍ସ ଏସ୍‍ପିଙ୍କୁ ପତ୍ର ଲେଖି ତୁରନ୍ତ ଅନୁଧ୍ୟାନ କରିବାକୁ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ ମେ’ରେ ବରଗଡ଼ ସରକାରୀ ସମବାୟ ସମିତି,ଗୋବିନ୍ଦପୁର ସମବାୟ ସମିତି ଓ ଆଡଗାଁ ସମବାୟ ସମିତିରୁ ସ୍କୁଟି ଓ ସ୍କୁଟରରେ ପ୍ରାୟ ୪୨ ଟନ୍‍ ଧାନ ମିଲକୁ ପରିବହନ ହୋଇଥିବା ସମିତି ପକ୍ଷରୁ କାଗଜପତ୍ରରେ ଦର୍ଶାଯାଇଛି। ଏନେଇ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟକୁ ଆଧାର କରି ଶନିବାର ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କ ସ୍ପଷ୍ଟୀକରଣ ଲୋଡିଥିଲେ। ସମବାୟ ସମିତିଗୁଡିକ ବେଆଇନ ଭାବେ କାଗଜପତ୍ରରେ ଧାନ ପରିବହନ ହୋଇଥିବା ଦର୍ଶାଇ ଶତାଧିକ କୋଟି ଟଙ୍କା ହରିଲୁଟ୍‍ କରିଛନ୍ତି। ଏନେଇ ୨୦୧୫ର ସିଏଜିଙ୍କ ପକ୍ଷରୁ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ହୋଇଥିବା ସରକାରଙ୍କ ଦର୍ଶାଯାଇଥିଲା। ଏହାବାଦ୍‍ ମଣ୍ଡିରେ ଚାଷୀମାନଙ୍କଠାରୁ କଟଣି ଓ ଛଟଣିର ଆଳ ଦର୍ଶାଇ ୫ରୁ ୭କେଜି ଧାନ କାଟି ଦିଆଯାଉଥିବା ଅଭିଯୋଗ ହୋଇଥିଲେ ବି ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏସବୁ ଘଟଣାର ତୁରନ୍ତ ତଦନ୍ତ କରି ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିରୋଧୀଙ୍କ ପକ୍ଷରୁ ଦାବି କରାଯାଇଥିଲା।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories