www.samajalive.in
Monday, December 15, 2025
16.1 C
Bhubaneswar

ସାରାବଙ୍ଗ ମଣ୍ଡିରେ ୪୦ ହଜାର ବସ୍ତା ଧାନ : ଜିଲା ପ୍ରଶାସନର ଦ୍ୱାରସ୍ଥ ହେ​​‌ଲେ ଚାଷୀ

ଖଡିଆଳ : ନୂଆପଡ଼ା ଜିଲାରେ ଆରମ୍ଭରୁ ଏଯାଏଁ ଧାନ ସଂଗ୍ରହରେ ଅଚଳାବସ୍ଥା ଦେଖା ଦେଇଛି। ଜିଲା ପ୍ରଶାସନର ଅପାରଗତା ଯୋଗୁଁ ଏବେ ବି ସଦର ବ୍ଲକର ସାରାବଙ୍ଗ ମଣ୍ଡିରେ ୪୦ ହଜାରରୁ ଅଧିକ ବସ୍ତା ଧାନ ପଡି ରହିଛି। ଦିନେ କି ଦୁଇ ଦିନ ନୁହେଁ, ମାସେ ବିତି ଯାଇଥିଲେ ବି ଚାଷି ଧାନ କିଣା ଯାଇ ପାରିନାହିଁ। ଶେଷରେ ଶୁକ୍ରବାର ଚାଷୀ ମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜିଲା ମୁଖ୍ୟାଳୟ ଠାରୁ ୧୦ କିମି ଦୂରତାରେ ଅବସ୍ଥିତ ସାରାବଙ୍ଗ ପେକ୍ସ ଅଧିନରେ ସାରାବଙ୍ଗ ଓ ଭେରା ପଞ୍ଚାୟତର ଚାଷୀ ଧାନ ବିକ୍ରି ପାଇଁ ସାରାବଙ୍ଗ ମଣ୍ଡି ଖୋଲା ଯାଇଥିଲା।
ଏବେ ମଣ୍ଡିରେ ସାରାବଙ୍ଗ ଓ ଭେରା ପଞ୍ଚାୟତର ୩୪୦ ଜଣ ଚାଷୀଙ୍କ ୪୦ ହଜାରରୁ ଅଧିକ ବସ୍ତା ଧାନ ପଡି ରହିଛି। ଅମଳ ଧାନକୁ ବିକ୍ରି କରିବା ପାଇଁ ମଣ୍ଡିରେ ଦିନ ରାତି ପ୍ରବଳ ଶୀତ କାକରରେ ଧାନକୁ ଜଗି ରହୁଛନ୍ତି। ଏବେ ପୁଣି ଆକାଶରେ କଳା ବାଦଳ ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ବର୍ଷାରେ ଧାନ ଭିଜି ଗଲେ, ଆଉ ବିକ୍ରି ହେବ ନାହିଁ ବୋଲି ଚାଷୀ ଚିନ୍ତାରେ ପଡି ଯାଇଛନ୍ତି। ମଣ୍ଡିରେ ଏତେ ପରିମାଣର ଧାନକୁ ବର୍ଷାରେ ଢାଙ୍କି ରଖିବା ପାଇଁ ବ୍ୟବସ୍ଥା ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଚାଷୀ ଧାନ ବିକ୍ରି କରିନ ପାରି ଅସହାୟ ଭାବେ ଦିନ ରାତି ମଣ୍ଡିରେ ପଡି ରହିଛନ୍ତି। ଏପଟେ ଚାଷ ପାଇଁ ନେଇଥିବା ହାତ ଉଧାରୀ, ସାହୁକାର ଋଣ ଟଙ୍କାର ସୁଦ୍ଧ ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ଚାଷୀ ବାରମ୍ବାର ପେକ୍ସ, ଯୋଗାଣ ବିଭାଗ କର୍ମଚାରୀଙ୍କ ଜଣାଇଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।
ଶେଷରେ ଆଜି ମଧ୍ୟାହ୍ନରେ ମଣ୍ଡିର ଶତାଧିକ ଚାଷୀ ଜିଲାପାଳ ଡା. ପୋମା ଟୁଡୁଙ୍କୁ ଭେଟିବାକୁ ଆସିଥିଲେ। ଜିଲାପାଳଙ୍କ ସମେତ ଏଡିଏମ, ସିଏସଓ, ଏସିଏସଓ ଭଳି ସମସ୍ତ ଅଧିକାରୀ ଅନୁପସ୍ଥିତ ଥିବାରୁ ଚାଷି ନିରାଶ ହୋଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶେଷରେ ଏଆରସିଏସ ଲିଙ୍ଗରାଜ ନାଏକଙ୍କୁ ଭେଟି ଧାନ ଶିଘ୍ର ଉଠାଇବାକୁ ଅନୁରୋଧ କରିଥିଲେ। ଜିଲାପାଳଙ୍କ ସହିତ ଆଲୋଚନା କରି ଧାନ ଉଠାଇବାକୁ ଏଆରସିଏସ ଶ୍ରୀ ନାଏକ ପ୍ରତିଶୃତି ଦେବାରୁ ଚାଷୀ ଫେରି ଯାଇଥିଲେ। ଏନେଇ ଜିଲାପାଳ ଡା. ପୋମା ଟୁଡୁଙ୍କୁ ପଚାରିବାରୁ, ସରାବଙ୍ଗ ଓ ଆଖପାଖ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ୧୫ ଧରି ମଣ୍ଡି ବନ୍ଦ ରହିଥିଲା। ମିଲର୍ସଙ୍କ କିଛି ସମସ୍ୟା ଯୋଗୁଁ ଧାନ ଉଠି ପାରୁନାହିଁ। ଏବେ ସମସ୍ତ ଚାଷୀଙ୍କୁ ଟୋକନା ଦେବା ସହ ନିୟମିତ ଧାନ ସଂଗ୍ରହ କରି ଚାଷୀଙ୍କ ଧାନ କିଣା ଯିବ ବୋଲି କହିଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories