www.samajalive.in
Saturday, December 6, 2025
16.1 C
Bhubaneswar

ଚିନ୍ତାରେ ଚାଷୀ : ଲୋଇସିଂହା ପେକ୍ସରେ ଧାନ କିଣାଯାଇ ପାରୁ ନାହିଁ

ଲୋଇସିଂହା : ଲୋଇସିଂହାରେ ଚାଷୀଙ୍କଠାରୁ ଧାନ କିଣା ଯିବା ପାଇଁ ମଣ୍ଡି ଆରମ୍ଭ ହେଲା। ଚାଷୀମାନେ ପ୍ରାୟ / ଦିନ ହେଲା ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ଆଣିଲେ। ଧାନ ଉଠାଇବା ପାଇଁ ଦୁଇଟି ମିଲକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଧାନ କିଣା ଯାଇ ପାରୁ ନାହିଁ। ଚାଷୀମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ଆଜି ଧାନ ଉଠାଇବା ପାଇଁ ନିର୍ଦ୍ଦେଶ ପାଇ ଥିବା ମିଲ ମାଲିକ ମଧ୍ୟ ସ୍ଥାନୀୟ ପେକ୍ସକୁ ଆସି ଥିବା ବେଳେ ସ୍ଥାନୀୟ ପେକ୍ସ ସଂପାଦକ, ଆର୍ଏମ୍ସିର ଧାନ କ୍ୱାଲିଟି ପରୀକ୍ଷକ ଡିଓ ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ଧାନ କିଣା ଯାଇ ପାରୁ ନଥିବା ମୁଖ୍ୟ ସମସ୍ୟା ହେଉଛି ଧାନ ପରିବହନ ପାଇଁ ରାସ୍ତା ଅବ୍ୟବସ୍ଥା ବୋଲି ସୂଚନା ମିଳିଛି। ଟ୍ରକଗୁଡିକ ଏଠାକୁ ଆସିବା ପାଇଁ ପ୍ରାୟ୩/ ଟି ସ୍ଥାନରେ ଏପରି ଅବସ୍ଥା ରହିଛି ଯେ ଧାନ ଏଠାରୁ ପରିବହନ ବେଳେ ଦୁର୍ଘଟଣାର ଆଶଙ୍କା କରାଯାଉଛି। ଏହାଛଡ଼ା ୧୧ କେଭି ତାର ରହିଥିବାରୁ ଟ୍ରକରେ ବାଜିବା ଆଶଙ୍କା ରହିଛି ବୋଲି ମିଲ ମାଲିକଙ୍କ ପକ୍ଷରୁ ସୂଚନା ମିଳିଛି। ଗତ କିଛି ବର୍ଷ ହେଲା ଏହି ସ୍ଥାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପେକ୍ସ ଅଫିସ ସହ ଗୋଦାମ ଗୃହ ନିର୍ମାଣ କରାଯାଇଛି। ଗତ ମାସରେ ଏହାର ଉଦଘାଟନ କରାଯାଇ ପେକ୍ସ ସ୍ଥାନାନ୍ତର କରାଯାଇଛି। ମାତ୍ର ଏଠାକୁ ଧାନ ପରିବହନ ପାଇଁ ଟ୍ରକ କେମିତି ଆସି ପାରିବ ସେଥି ପାଇଁ କାହାରି ନିଘା ନାହିଁ। ବଲାଙ୍ଗିର ଡିଆର୍ସିଏସ୍ ଏଆର୍ସିଏସ୍ ମଧ୍ୟ ଦେଖି ଯାଇଛନ୍ତି। ମାତ୍ର ପରିବହନ ପାଇଁ ଟ୍ରକ ଯାତାୟତ ପାଇଁ ରାସ୍ତା ଉପରେ କାହାରି ଚିନ୍ତା ନାହିଁ। ଚାଷୀମାନଙ୍କ ସୁବିଧା ପାଇଁ ଏକ ଏସ୍ଏଲ୍ପିସି କମିଟି ମଧ୍ୟ ରହିଛି। ମାତ୍ର ଏଭଳି ପରିସ୍ଥିତିରେ କାହାରି ଦେଖା ନାହିଁ। ପ୍ରଶାସନ ହସ୍ତକ୍ଷେପ କରି ତୁରନ୍ତ ରାସ୍ତା ନିର୍ମାଣ ନକଲେ ଏଠାରୁ ଚାଷୀମାନଙ୍କ ଧାନ ଉଠିବା ଅସମ୍ଭବ ହେବା ଆଶଙ୍କା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories