www.samajalive.in
Saturday, December 6, 2025
23.1 C
Bhubaneswar

‘ପରୀକୁ ବଳି ଆଶଙ୍କା’; ସମ୍ବଲପୁରରେ ଦୋହରାଇଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ସମ୍ବଲପୁର: ନୟାଗଡ଼ ପରୀ ହତ୍ୟା ଘଟଣା ବଳି ହୋଇଥାଇପାରେ ବୋଲି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସମ୍ବଲପୁରରେ ପୁଣି ଦୋହରାଇଛନ୍ତି। ସମ୍ବଲପୁର ଗସ୍ତରେ ଆସି ଶୁକ୍ରବାର ଶ୍ରୀମତୀ ପ୍ରଧାନ ଜିଲାପାଳ ଶୁଭମ ସକ୍ସେନାଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଥିଲେ ଯେ, ସେ ପରୀର ଗ୍ରାମକୁ ଯାଇ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ସେଥିରୁ ପରୀର ବଳିଜନିତ ହତ୍ୟା ହୋଇଥିବା ସେ ଆଶଙ୍କା ପ୍ରକାଶ କରିଛନ୍ତି। କାରଣ ସେଠାରେ କିଛି ଅଙ୍ଗପ୍ରତ୍ୟଙ୍ଗ ମିଳିଛି, ଯଦି ଜଣେ ଅଙ୍ଗଚୋରି ପାଇଁ ନେଇଥାନ୍ତା ତେବେ ପୁଣି ଗାଁରେ ଆଣି ପକାଇନଥାନ୍ତା ବୋଲି ସେ କହିଛନ୍ତି। ସେହି ଅଞ୍ଚଳର କେହି ଏଭଳି ଜଘନ୍ୟ କାର୍ୟ୍ୟ କରିଥାଇପାରନ୍ତି। ଅନ୍ୟଥା ଏହା ଦୁଷ୍କର୍ମ ପରେ ହତ୍ୟା ଘଟଣା ହୋଇଥାଇପାରେ ବୋଲି କହିବା ସହ ପ୍ରମାଣ ନଷ୍ଟ କରିବା ପାଇଁ କେମିକାଲ ପକାଯାଇ ନଷ୍ଟ କରାଯାଇଥାଇପାରେ। ପ୍ରାଥମିକ ତଦନ୍ତରୁ ଏସବୁ ଅନୁମାନ କରୁଥିବାବେଳେ ନୟାଗଡ଼ ଏସପିଙ୍କ ସହ ଆଲୋଚନା କରିଛି ଏବଂ ସେ ସମସ୍ତ ଦିଗ ପ୍ରତି ଧ୍ୟାନ ଦେବେ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି।

ସମ୍ବଲପୁରରେ ‘ଚାଇଲ୍ଡ ଫ୍ରେଣ୍ଡଲି’ ମାନ୍ୟତା ଦିଆଯାଇଥିବା ଅଇଁଠାପାଲି ଥାନାକୁ ଅପରାହ୍ନରେ ଅଧ୍ୟକ୍ଷା ଉଦଘାଟନ କରିଥିଲେ। ସମ୍ବଲପୁରରେ ନିଖୋଜ ଥିବା ‘ପରୀ’ଙ୍କ ସମ୍ବନ୍ଧରେ କହିଲେ ଯେ, ସମ୍ବଲପୁରରେ ଶିଶୁ ନିଖୋଜ ହାର ବୃଦ୍ଧି ପାଇଥିବାବେଳେ ଏନେଇ ପୁଲିସ ପ୍ରଶାସନ ଓ ଜିଲା ପ୍ରଶାସନ ସହ ଆଲୋଚନା କରିବେ। କ୍ରାଇମବ୍ରାଞ୍ଚର ସମନ୍ବିତ ମାନବ ଚାଲାଣ ୟୁନିଟ ଥିବାରୁ ସେମାନଙ୍କ ସହ ବି କଥା ହେବେ ବୋଲି କହିଥିଲେ। ରାତ୍ରି ଆଶ୍ରୟସ୍ଥଳୀ ବ୍ୟବସ୍ଥାକୁ ତ୍ବରାନ୍ବିତ କରି କୌଣସି ଶିଶୁ ବାହାରେ ଯେଭଳି ନଶୋଇବେ ସେବିଷୟରେ ଜିଲାପାଳଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିବା ସହ ଜିଲା ପ୍ରଶାସନ ଓ ମହାନଗର ନିଗମ ଏନେଇ ନେଇଥିବା ସ୍ବତନ୍ତ୍ର ଯୋଜନାକୁ ପ୍ରଶଂସା କରିଥିଲେ। ଶିଶୁ ନିଖୋଜ ଥିବା ଏକ ସମ୍ବେଦନଶୀଳ ବିଷୟ, ଏହାଦ୍ବାରା ଚାଲାଣ କରି ନିର୍ୟାତନା, ଦୁଷ୍କର୍ମ ଆଦିର ଶିକାର ହେବାସହ ଶିଶୁ ଶ୍ରମିକ ଭାବରେ ବ୍ୟବହାର ହେବା ଆଶଙ୍କା ରହିଥିବାରୁ ଜିଲାସ୍ତରରେ କାର୍ୟ୍ୟ କରୁଥିବା ୟୁନିଟକୁ ସଜାଗ କରିବା ସହ ସମ୍ବଲପୁର ଜିଲାରେ ନିଖୋଜ ୩ ଶହରୁ ଊର୍ଦ୍ଧ୍ବ ଶିଶୁଙ୍କ ବିଷୟ ନେଇ ସମୀକ୍ଷା କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ କହିଥିଲେ। ଶିଶୁ ଶ୍ରମିକ ନିବାରଣ ଜିଲା ଟାସ୍କ ଫୋର୍ସର ବୈଠକ ଗତ ୪ ବର୍ଷ ହେଲା ବସି ନଥିବାରୁ ତାହାକୁ ମଧ୍ୟ ସକ୍ରିୟ କରିବାକୁ ପରାମର୍ଶ ଦେଇଥିବା ସୂଚନା ଦେଇଥିଲେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories