www.samajalive.in
Saturday, December 6, 2025
14.1 C
Bhubaneswar

ଦର୍ପଙ୍କିଆ ଜଙ୍ଗଲରେ ମୃତ ଛୁଆ ହାତୀ: ପୋଚ ପିଇ ପ୍ରାଣ ହରାଇଥିବା ସନ୍ଦେହ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ଦର୍ପଙ୍କିଆ ଜଙ୍ଗଲରେ ଏକ ଛୁଆ ହାତୀର ମୃତଦେହ ଠାବ ହୋଇଛି । ମୃତ ଛୁଆ ହାତୀଟିର ବୟସ ୫ ବର୍ଷ ହେବ ବୋଲି ଜଙ୍ଗଲ ବିଭାଗ ଆକଳନ କରିଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଛୁଆ ହାତୀର ମୃତ୍ୟୁ ଘଟିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ବୋଲି ଡିଏଫ୍‍ଓ ଅଭୟ କୁମାର ଦଳେଇ ପ୍ରକାଶ କରିଛନ୍ତି।
ଏହି ବନାଞ୍ଚଳର ଦର୍ପଙ୍କିଆ ଓ ଦୁର୍ଗାପ୍ରସାଦ ଅଞ୍ଚଳରେ କିଛିଦିନ ଧରି ପ୍ରାୟ ୧୮ ଟି ଛୋଟବଡ ହାତୀ ଘରିବୁଲି ଧାନ ଫସଲ ନଷ୍ଟ କରି ଚାଲିଛନ୍ତି। ଜଙ୍ଗଲ କର୍ମଚାରୀ ଓ ଗ୍ରାମବାସୀ ମିଳିତ ଭାବେ ହାତୀ ଘଉଡା ଅଭିଯାନ ଅବ୍ୟାହତ ରଖିଛନ୍ତି। ଗତକାଲି ରାତିରେ ମଧ୍ୟ ବିଭାଗୀୟ କର୍ମଚାରୀମାନେ ହାତୀ ଘଉଡା ଅଭିଯାନ ଚଳାଇଥିଲେ। ଶୁକ୍ରବାର ସକାଳେ ରମ୍ଭା ସେକ୍‍ସନର ଦର୍ପଙ୍କିଆ ଜଙ୍ଗଲରେ ଏକ ପୁରୁଷ ଛୁଆ ହାତୀ ମରିପଡିଥିବାର ଖବର ପ୍ରଚାର ହୋଇଥିଲା। ବିଭାଗୀୟ କର୍ମଚାରୀଙ୍କ ସହ ଡିଏଫ୍‍ଓ, ସହ-ବନସରଂକ୍ଷକ ସୁଦର୍ଶନ ବାଦୀ, ରେଂଜର ବିମ୍ବାଧର ସାହୁ ଏବଂ ପ୍ରାଣୀ ଚିକିତ୍ସକ ନିଶିକାନ୍ତ ଭୋଳ ପ୍ରମୁଖ ହାତୀ ମୃତ୍ୟୁ ସ୍ଥଳରେ ପହଁଚିଥିଲେ। ହାତୀ ମୃତ୍ୟୁ ସଂପର୍କରେ ତନ୍ନ ତନ୍ନ ଯାଞ୍ଚକରି କାରଣ ଖୋଜିଥିଲେ ହେଁ କୌଣସି ସିଦ୍ଧାନ୍ତରେ ପହଁଚି ପାରି ନ ନଥିଲେ। ହାତୀର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ହାତୀଟିର ପାକସ୍ଥଳରେ ନିଶାଦ୍ରବ୍ୟର ବାସନା ରହିଥିବା ଡିଏଫଓ କହିଛନ୍ତି। ପାକସ୍ଥଳୀ ସମତେ କଲିଜା ଓ ହୃତପିଣ୍ଡ ପ୍ରଭୃତିରୁ ମଦ ଗନ୍ଧ ବାହାରିଥିବାରୁ ଛୁଆ ହାତୀଟି କିଛି ପୋଚ ପିଇ ଦେଇଥିବା ସନ୍ଦେହ କରାଯାଉଛି।
ବିଭିନ୍ନ ଜଙ୍ଗଲାଞ୍ଚଳରେ ଚୋରା ମଦ ବ୍ୟବସାୟୀମାନେ ମଦ ପ୍ରସ୍ତୁତ କରିବା ନିମନ୍ତେ ମହୁଲରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପୋଚ କରିଥାନ୍ତି। ହାତୀପଲ ଜଙ୍ଗଲରେ ବୁଲୁ ବୁଲୁ ପୋଚକୁ ଭକ୍ଷଣ କରିବା ଦ୍ୱାରା ଦିନ ଦିନ ଧରି ନିଶାରେ ପଡି ରହିଥାନ୍ତି। ବଡହାତୀ ଏହାକୁ ସହ୍ୟ କରି ଦିନେ ଦୁଇଦିନ ଚେତା ଫେରି ପାଉଥିଲେ ହେଁ ଛୁଆ ହାତୀଙ୍କ ଆଉ ଚେତା ଫେରୁନି। ଛୁଆ ହାତୀଟି ଅଧିକ ନିଶା ଦ୍ରବ୍ୟ ସେବନ କରି ପ୍ରାଣ ହରାଇଥିବା ପ୍ରାଣୀ ଚିକିତ୍ସକ ସନ୍ଦେହ ପ୍ରକାଶ କରଛନ୍ତିି। ଏହି ଉପାନ୍ତ ଅଞ୍ଚଳରେ କିଛି ଚୋରା ମଦ ବ୍ୟବସାୟୀ ଜଙ୍ଗଲରେ ପୋଚରୁ ଏପରି ମହୁଲ ମଦ ସଂଗ୍ରହ କରୁଛନ୍ତି। ଅନ୍ୟପକ୍ଷରେ ହାତୀଟିର ଦେହରେ ଅନ୍ୟ କିଛି ରୋଗଥିବାରୁ ହଠାତ୍‍ ମୃତ୍ୟୁ ଘଟିଥିବା ବିଭାଗୀୟ କର୍ମଚାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପାଚିଲା ଧାନ ଫସଲ ଅମଳ ସମୟରେ ହାତୀ ଜଙ୍ଗଲରୁ ବାହାରି ଗାଁ କ୍ଷେତ ଓ ଖଳା ମୁହାଁ ହୋଇଥିବା ବେଳେ ଏମାନଙ୍କ ସୁରକ୍ଷା ନେଇ ବିଭାଗୀୟ କର୍ମଚାରୀମାନାଙ୍କ ଆଖିରୁ ନିଦ ହଜି ଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories