www.samajalive.in
Sunday, December 7, 2025
26.1 C
Bhubaneswar

ଦୀପିକା-ରଣବୀର ନୁହେଁ ! ‘ପଦ୍ମାବତ୍’ ପାଇଁ ଏହି ଯୋଡି ନିର୍ଦେଶକଙ୍କ ଥିଲେ ପ୍ରଥମ ପସନ୍ଦ

ସୁପରହିଟ୍ ଫିଲ୍ମ ‘ପଦ୍ମାବତ୍’ରେ ଅଭିନୟ ପାଇଁ ଦୀପିକା-ରଣବୀର ନୁହେଁ ବରଂ ଏହି ଯୋଡିଙ୍କୁ ସଞ୍ଜୟ ଲୀଲା ଭଂସାଲି ପ୍ରଥମେ ପସନ୍ଦ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜର ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ । ଏକ ସାକ୍ଷାତକାରରେ ଐଶ୍ବର୍ଯ୍ୟା ଏହି ରହସ୍ୟର ପର୍ଦ୍ଦା ଉଠାଇଛନ୍ତି ।

ସଞ୍ଜୟ ଲୀଲା ଭଂସାଲିଙ୍କ ସହ ପୁର୍ନବାର ଐଶ୍ବର୍ଯ୍ୟା କାମ କରିବାକୁ ଚାହିଁବେ କି ? ସାମ୍ବାଦିକଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ବର୍ଯ୍ୟା କହିଛନ୍ତି, ‘ବାଜିରାଓ ମସ୍ତାନୀ’ ଫିଲ୍ମରେ ଏକ ସାଙ୍ଗରେ କାମ କରିବାକୁ ସୁଯାଗ ମିଳିଥିଲା, କିନ୍ତୁ ପ୍ରଯୋଜକ ସଂସ୍ଥ ପକ୍ଷରୁ ମୋ ପାଇଁ ବାଜିରାଓ ଖୋଜି ପାରି ନଥିଲେ ।

- Advertisement -

ସେହିପରି ‘ପଦ୍ମାବତ’ ଫିଲ୍ମରେ ଭଂସାଲି ଐଶ୍ବର୍ଯ୍ୟାଙ୍କୁ ନେବାକୁ ଚାହୁଁଥିଲେ । ହେଲେ ଭଂସାଲି ଐଶ୍ବର୍ଯ୍ୟାଙ୍କ ହିସାବରେ ଖିଲଜି ଭୂମିକାରେ ଅଭିନୟ କରିବା ପାଇଁ ଯୋଗ୍ୟ କଳାକାର ପସନ୍ଦ ପାରି ନଥିଲେ। ଏହି କାରଣରୁ ଐଶ୍ବର୍ଯ୍ୟାଙ୍କ ପରିବର୍ତ୍ତେ ଦୀପକଙ୍କୁ ସୁଯୋଗ ମିଳିଥିଲା।

ପ୍ରକାଶ ଯେ ‘ପଦ୍ମାବତ୍’ ଫିଲ୍ମରେ ଦୀପିକା ରାଣୀ ପଦ୍ମାବତୀ ଭୂମିକାରେ ଏବଂ ରଣବୀର ଆଲାଦିନ ଖିଲଜି ଭୂମିକାରେ ଅଭିନୟ କରିଥିଲେ । ଐଶ୍ବର୍ଯ୍ୟା ଓ ସଞ୍ଜୟ ଲୀଲା ଭଂସାଲି ‘ଦେବଦାସ’ , ‘ହାମ ଦିଲ୍ ଦେ ଚୁକେ ସାନମ୍’ ଓ ‘ଗୁଜାରିଶ’ ଭଳି ହିଟ୍ ଫିଲ୍ମ ଦେଇଥିବା ବେଳେ ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍’ରେ ଭଂସାଲିଙ୍କ ପ୍ରଥମ ପସନ୍ଦ ଐଶ୍ବର୍ଯ୍ୟା ଥିଲେ । ଖବର ଅନୁଯାୟୀ, ନିର୍ଦେଶକ ଭଂସାଲି ଐଶ୍ବର୍ଯ୍ୟା ଓ ସଲମାନଙ୍କୁ ନେଇ ‘ପଦ୍ମାବତ୍’ ସୁଟ୍ କରିବାକୁ ଚାହୁଁଥିଲେ ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories