ସମଗ୍ର ବିଶ୍ୱ ପାଇଁ ଖୁସୀ ଖବର, ଠିକ୍ ହେଉଛି ଓଜନ୍ ସ୍ତର
ନୂଆଦିଲ୍ଲୀ .- ସାରା ବିଶ୍ୱ ପାଇଁ ଏକ ଖୁସୀ ଖବର । ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଥିବା ଓଜନ ସ୍ତରର ଛିଦ୍ର ଏବେ କମ୍ ହୋଇଛି । ବିଶ୍ୱକୁ ସୂର୍ଯ୍ୟଙ୍କର କ୍ଷତିକାରୀ କର୍କଟ ସୃଷ୍ଟିକାରୀ(କ୍ୟାନସର) ରଶ୍ମୀ ବା ଆଲୋକରୁ ଏହା ରକ୍ଷା କରିଥାଏ। ଏଥିଯୋଗୁଁ ଅତି ବାଇଗଣୀ ରଶ୍ମୀ ପ୍ରବେଶ କମ ହୋଇଥାଏ । ମାତ୍ର ବିଶ୍ୱ ତାପାୟନ, ବିଭିନ୍ନ ଗାଡି ମଟରରୁ ବାହରୁଥିବା ଧୂଆଁ, ବିଭିନ୍ନ କଳ କାରଖାନର ଦୂଷିତ ଧୂଆଁ ଓ ବର୍ଯ୍ୟବସ୍ତୁ , ଉପକରଣମାନଙ୍କର ବ୍ୟବହାର ହେଉଥିବା କ୍ଲୋରୋଫ୍ଲୋର କାର୍ବନ, ଜଙ୍ଗଲ ହାନୀ ଯୋଗୁଁ ଏହି ସ୍ତର କ୍ଷତିଗ୍ରସ୍ତ ହୋଇଥିଲା ।
ଆଣ୍ଟାର୍କଟିକା ଉପରେ ଏହି ଓଜନ୍ ସ୍ତର ରହିଛି । ପ୍ରତିବର୍ଷ ଏବେ ଏହା ଏକ ପ୍ରତିଶତରୁ ୩ ପ୍ରତିଶତ ଭଲ ଅବସ୍ଥାକୁ ଯାଉଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଜାତିସଂଘ ପକ୍ଷରୁ ଦିଆଯାଇଥିବା ଏର ରିପୋର୍ଟରେ ଓଜନ୍ ସ୍ତର ୨୦୬୦ ମସିହା ସୁଦ୍ଧା ଠିକ୍ ହୋଇଯିବ ବୋଲି ସୂଚନା ଦିଆଯାଇଛି । ୧୯୭୦ ମସିହାପରଠାରୁ ଓଜନ ସ୍ତର କ୍ଷତିଗ୍ରସ୍ତ ହେଉଥିଲା ଏଥିରେ ବଡ ଛିଦ୍ର ହୋଇଥିଲା । ମାତ୍ର ଲୋକଙ୍କୁ ସଚେତନ କରାଯିବା ସହ ଏହାକୁ କ୍ଷତି କରୁଥିବା ରାସାୟନିକ ଦ୍ରବ୍ୟମାନଙ୍କୁ ସାରା ବିଶ୍ୱରେ ବ୍ୟବହାର କରିବା ବନ୍ଦ କରାଯାଇଛି । ଏଥିଯୋଗୁଁ ଓଜନସ୍ତରରେ ହେଉଥିବା କ୍ଷତି କମ୍ ହୋଇଥିବା ବୈଜ୍ଞନିକମାନେ ପ୍ରକାଶ କରିଛନ୍ତି ।