www.samajalive.in
Sunday, December 7, 2025
16.1 C
Bhubaneswar

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ ଜାରି

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୬୩୩ଟି ଟ୍ୟାଙ୍କର୍‍ ଯୋଗେ ୧୧୬୫୬.୪୫୪ ଟନ୍‍ରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣା,ରାଜସ୍ଥାନକୁ ଅମ୍ଳଜାନ ପଠାଯାଇଛି। ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍‍ କରିଡ଼ର୍‍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍‍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନୁଗୁଳ ଜିଲ୍ଲାରୁ ୫୯ଟି ଟ୍ୟାଙ୍କରରେ ୯୭୭.୩୪୨ଟନ୍‍, ଢେଙ୍କାନାଳ ଜିଲ୍ଲାରୁ ୧୭୪ଟି ଟ୍ୟାଙ୍କରରେ ୨୭୭୦.୮୨ଟନ୍‍ , ଯାଜପୁର ଜିଲ୍ଲାରୁ ୧୫୩ଟି ଟ୍ୟାଙ୍କରରେ ୩୧୬୪.୮୨୭ ଟନ୍‍ ଏବଂ ରାଉରକେଲାରୁ ୨୪୭ଟି ଟ୍ୟାଙ୍କରରେ ୪୭୪୩.୪୬୫ ଟନ୍‍ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ୧୯୧ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୩୭୯୮.୬୨୯ ଟନ୍‍, ୧୬୮ଟି ଟ୍ୟାଙ୍କରରେ ତେଲେଙ୍ଗାନାକୁ ୨୮୫୨.୧୭୯ ଟନ୍‍, ତାଲିମନାଡୁକୁ ୧୪ଟି ଟ୍ୟାଙ୍କରରେ ୨୭୫.୬ ଟନ୍‍, ହରିୟାଣାକୁ ୯୩ଟି ଟ୍ୟାଙ୍କରରେ ୧୭୫୫.୨୯୨ ଟନ୍‍, ମହାରାଷ୍ଟ୍ରକୁ ୨୭ଟି ଟ୍ୟାଙ୍କରରେ ୪୬୫.୮୩୧ ଟନ୍‍, ଛତିଶଗଡ଼କୁ ୨୪ଟି ଟ୍ୟାଙ୍କରରେ ୩୬୮.୬୮୨ଟନ୍‍, ଉତରପ୍ରଦେଶକୁ ୪୪ଟି ଟ୍ୟାଙ୍କରରେ ୮୪୫.୪୫୧ ଟନ, ୫୧ଟି ଟ୍ୟାଙ୍କରରେ ୮୯୧ ଟନ୍‍ ମଧ୍ୟପ୍ରଦେଶକୁ, ୧୫ଟି ଟ୍ୟାଙ୍କରରେ ଦିଲ୍ଲୀକୁ ୨୭୪.୮୬ ଟନ୍‍, ୨ଟି ଟ୍ୟାଙ୍କରରେ ପଞ୍ଜାବକୁ ୫୮.୨୨, ୨ଟି ଟ୍ୟାଙ୍କରରେ ବିହାରକୁ ୩୧.୨୯ ଟନ୍‍ଏବଂ ୨ଟି ଟ୍ୟାଙ୍କରରେ ରାଜସ୍ଥାନକୁ ୩୯.୪୨ ଟନ୍‍ ଅମ୍ଳଜାନ ଯୋଗାଇ ଦିଆଯାଇଛି।

- Advertisement -

ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲାରୁ ଏକ ଅମ୍ଳଜାନ ଟ୍ୟାଙ୍କର୍‍ ବିଜୟୱାଡ଼ା ଅଭିମୁଖେ ଯାଉଥିଲା।ତେବେ କୌଣସି କାରଣ ଯୋଗୁଁ ବଅଁରପାଳ ଥାନା ଅଂଚଳରେ ଟ୍ୟାଙ୍କର୍‍ଟି ଖରାପ ହୋଇ ଯାଇଥିଲା। ଖବର ପାଇ ଅନୁଗୋଳ ଜିଲ୍ଲା ପୋଲିସ୍‍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ କରିଥିଲା। ଯୁଦ୍ଧକାଳୀନ ଭିତିରେ ଟ୍ୟାଙ୍କର୍‍କୁ ମରାମତି କରାଯିବାକୁ ସ୍ଥିର ହୋଇଥିଲା।ଘଟଣାସ୍ଥଳକୁ ସଙ୍ଗେ ସଙ୍ଗେ ମେକାନିକ୍‍ ଡକାଯାଇ ଟ୍ୟାଙ୍କର୍‍ ମରାମତି କରାଯାଇଥିଲା। ପରେ ଟ୍ୟାଙ୍କର୍‍ଟି ବିଜୟୱାଡ଼ା ଅଭିମୁଖେ ଯାତ୍ରା କରିଥିଲା।

ସେହିପରି ଗତ ୮ ତାରିଖ ଦିନ ଦୁଇଟି ଟ୍ୟାଙ୍କର୍‍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଢେଙ୍କାନାଳ ଓ କଟକ(ଗ୍ରାମାଚଂଳ) ଜିଲ୍ଲା ହିନ୍ଦୋଳ ଘାଟି ନିକଟରେ ଏକ ଟ୍ୟାଙ୍କର୍‍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ହିନ୍ଦୋଳ ଓ ନରସିଂହପୁର ଥାନା ଅଧିକାରୀ ପହଁଚି ଜେସିବି, କ୍ରେନ୍‍ ସହାୟତାରେ ଟ୍ୟାଙ୍କର୍‍କୁ ରାସ୍ତା ପାର୍ଶ୍ବକୁ ଆଣିଥିଲେ। ଘଟଣାସ୍ଥଳକୁ ମେକାନିକ୍‍ ଡକାଇ ମରାମତି କରାଯାଇ ଟ୍ୟାଙ୍କର୍‍କୁ ନିର୍ଦ୍ଧାରିତ ସ୍ଥାନକୁ ପଠାଯାଇଥିଲା। ସେହିପରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳରେ ଅନ୍ୟ ଏକ ଟ୍ୟାଙ୍କର୍‍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସଟ୍‍ଡାଉନ୍‍ ଥିବା ସତ୍ୱେ ସ୍ଥାନୀୟ ପୋଲିସ ସହାୟତାରେ ଘଟଣାସ୍ଥଳକୁ ମେକାନିକ୍‍ ଡକାଯାଇ ଟ୍ୟାଙ୍କରର ମରାମତି କରାଯାଇ ନିର୍ଦ୍ଧାରିତ ସ୍ଥାନକୁ ପଠାଯାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories