www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ “ଅମୃତ ଧାରା”

ଭୁବନେଶ୍ଵର : କୋଭିଡ଼ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲ୍‌ଥ ଏଣ୍ଡ ୱଲ୍‌ନେସ୍ ଗ୍ରୁପ୍ (OSA-HWG) “ଅମୃତ ଧାରା” ନାମରେ ଏକ ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳୀ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଆଜି ଏହାର ଉନ୍ମୋଚନ ଅବସରରେ ଭୁବନେଶ୍ଵର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସ୍ପର୍ଶ ହସ୍ପିଟାଲ୍ ମୁଖ୍ୟ ପରିଚାଳକ ଡ଼ା. ପ୍ରିୟବ୍ରତ ଧିର୍,  ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର, ଏମ୍ପ୍ରିଓ ଗୃପର ମୁଖ୍ୟ ଡ଼ା. ଅବିନାଶ ସାମଲ, ହାଇଟେକ ମେଡିକାଲର ପ୍ରଫେସର ଡ଼ା ଅମ୍ରିତ ପାଟ୍ଟଯୋଶୀ, ସମାଜସେବୀ ଏବଂ ଯୋନାଲ୍ ଡେପୁଟି କମିଶନର ପ୍ରଭିନ୍ ଅଗରୱାଲ୍ ଏବଂ ପୁରନ୍ଦର୍ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

ପ୍ରଥମ ଥର ପାଇଁ ବିଏମସି ଅନୁମୋଦନରେ ଓଡ଼ିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ସେଲଟର୍ ପଟିଆ ବିଗ ବଜାର ସ୍ଥିତ Trishna Banquet ଠାରେ ଆରମ୍ଭ କରାଯାଇଅଛି। ଅକ୍ସିଜେନ୍ ଅବଶ୍ୟକତା ଥିବା କୋଭିଡ଼ ରୋଗୀଙ୍କୁ ଏକ ଅନୁମୋଦିତ କୋଭିଡ୍ ହସ୍ପିଟାଲ୍ ରେ ବେଡ଼୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ଯୋଗାଇଦେଇ ତାଙ୍କୁ ହାଇପୋକ୍ସିୟା (ବ୍ଲଡ୍ ଅମ୍ଳଜାନ ସ୍ତରରେ ଡ୍ରପ୍) ରୁ ବଞ୍ଚାଯାଇ ପାରିବ। ଏହା କୋଭିଡ୍ ଜନିତ ଚିକିତ୍ସା କେନ୍ଦ୍ର ନହେଲେ ମଧ୍ୟ ଡ଼ାକ୍ତର ଏବଂ ନର୍ସଙ୍କ ଉପସ୍ଥିତି ଓ ପରାମର୍ଶରେ ଏକ ରୁ ଦୁଇ ଘଣ୍ଟା ଯାଏ ରୋଗୀଙ୍କୁ ଅମ୍ଳଜାନ ଦିଆଯିବ। ଏହି ଆଶ୍ରୟ ସ୍ଥଳରେ ଅମ୍ଳଜାନ ସହ ଖାଦ୍ୟ, ଆବଶ୍ୟକ ସ୍ଥଳେ ସାଇକୋଲୋଜିକାଲ୍ ପରାମର୍ଶ ଏବଂ ହସ୍ପିଟାଲ୍ ସ୍ଥାନନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇଦିଆଯିବ। ଆଗାମୀଦିନରେ ପୋଷ୍ଟ କୋଭିଡ୍ ସେଣ୍ଟର ଭାବରେ ଏହା ପ୍ରଶଂସନିୟ ହେବ ବୋଲି ଆଶା ପ୍ରକାଶ କରାଯାଉଛି।
ଏହି ସେଣ୍ଟର୍ ସହ ଯୋଗାଯୋଗ କରିବାପାଇଁ ଦୁଇଟି ନମ୍ୱର୍ ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ଜାରି ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ଅନେକ ଲୋକ ଉପକୃତ ହେବେ ବୋଲି ଅଭିନେତା ସବ୍ୟସାଚୀ ମିଶ୍ର OSA-HWG, ସ୍ପର୍ଶ ହସ୍ପିଟାଲର କର୍ତ୍ତୁପକ୍ଷ ଓ ବିଏମସିକୁ ସହଯୋଗ ପାଇଁ ଧନ୍ୟବାଦ୍ ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories