www.samajalive.in
Monday, December 15, 2025
26.1 C
Bhubaneswar

ବେଆଇନ ଦେଶୀ ମଦ ଓ ମହୁଲ ପୋଚ ଜବତ, ୫ ଗିରଫ

ଦେବଗଡ: ଦେବଗଡ ଅବକାରୀ ବିଭାଗ ପକ୍ଷରୁ ଆଜି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡେଇମରା ଗ୍ରାମରେ ଚଢାଉ କରାଯାଇ ୨୭ ଲିଟର ଦେଶୀ ମହୁଲୀ ମଦ ଓ ୩୬୦ କିଲୋ ମହୁଲ ପୋଚ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି।

ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣ୍ଡେଇମରା ଗ୍ରାମରେ ବେଆଇନ ମଦ କାରବାର ଚାଲିଥିବା କୌଣସି ସୂତ୍ରରୁ ସୂଚନା ପାଇ ସେଠାରେ ଚଢାଉ କରିବାକୁ ଦେବଗଡ ଜିଲାପାଳ ସୁଧାଂଶୁ ମୋହନ ସାମଲ ଦେବଗଡ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ଦେବଗଡ ଅବକାରୀ ଅଧିକ୍ଷକ ଅଜିତ କୁମାର ମହାପାତ୍ରଙ୍କ ତତ୍ୱାବଧାନ ଓ ଇନ୍ସପେକ୍ଟର ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଆଜି ଉକ୍ତ ଗ୍ରାମରେ ସଦଳବଳେ ଚଢାଉ କରାଯାଇ ନବାତି କିସାନ(୪୮) ଘରୁ ୫ ଲିଟରଦେଶୀ ମଦ ଓ ୭୦ କିଲୋ ମହୁଲ ପୋଚ, ବିଭୁତି ବାଘ(୩୦) ଘରୁ ୬୦ କିଲୋ ମହୁଲ ପୋଚ,ରାଧି କିସାନ(୫୨) ଘରୁ ୧୦୦କିଲୋ ମହୁଲ ପୋଚ ଓ ୮ ଲିଟର ଦେଶୀ ମଦ,ଶିବତିଳା ଦେହୁରୀ(୫୨) ଘରୁ ୬୦ କିଲୋ ମହୁଲ ପୋଚ ଓ ୭ ଲିଟର ମହୁଲୀ ମଦ ଏବଂ ନମିତା କିସାନ(୨୨)ଘରୁ ୧୦୦ କିଲୋ ମହୁଲ ପୋଚ ଓ ୭ ଲିଟର ମହୁଲୀ ମଦ ଜବତ କରାଯାଇଥିଲା। ସେହିପରି ବେଆଇନ ମଦ କାରବାର ଅଭିଯୋଗରେ ଉପରୋକ୍ତ ନବାତି କିସାନ, ବିଭୁତି ବାଘ, ରାଧି କିସାନ,ଶିବତିଳା ଦେହୁରୀ ଓ ନମିତା କିସାନଙ୍କୁ ଗିରଫ କରାଯାଇଛି। ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ସବ ଇନ୍ସପେକ୍ଟର ସିଦେ୍ଧଶ୍ୱର ନାୟକ, ଏଏସ୍ଆଇ ପଦ୍ମା ମୁଣ୍ଡା, ବାଦଲ ବ୍ରହ୍ମା,ଲୋକନାଥ ବେହେରା ଓ ମଥୁରା ମୋହନ ପ୍ରଧାନଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

- Advertisement -

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories