www.samajalive.in
Saturday, December 6, 2025
14.1 C
Bhubaneswar

ଡୋମିନିକାନ୍‍ ଅଦାଲତରେ ମେହୁଲଙ୍କ ମାମଲାର ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ଡୋମିନିକା ପୁଲିସ ହାତରେ ଧରାପଡିଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ମାମଲାର ଶୁଣାଣି ଆରମ୍ଭ ହୋଇଛି। ଭାରତକୁ ପ୍ରତ୍ୟର୍ପଣ ପାଇଁ ଏହି ମକଦ୍ଦମା ଚାଲିଥିବାବେଳେ ମେହୁଲଙ୍କ ପତ୍ନୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ଆଣ୍ଟିଗୁଆର ନାଗରିକ ଅଛନ୍ତି ଏବଂ ଦେଶର ଜଣେ ନାଗରିକ ଭାବରେ ସମସ୍ତ ଅଧିକାର ଉପଭୋଗ କରୁଛନ୍ତି। ତାହାଛଡା ସେ ଜଣେ ମହିଳାଙ୍କ ସହିତ ଡୋମିନିକାକୁ ଯାଇଥିବା ନେଇ ବିଭିନ୍ନ ଟେଲିଭିଜନ ଚାନେଲରେ ଯେଉଁ ଫଟୋ ପ୍ରଦର୍ଶନ କରାଯାଉଛି ତାହା ସେମାନେ ଜାଣିଥିବା ବାରବରା ନୁହନ୍ତି। ମେହୁଲଙ୍କ ପତ୍ନୀ ପ୍ରୀତି ଚୋକ୍ସି କହିଛନ୍ତି, ଉକ୍ତ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ପରିଚିତ ଥିଲେ। ଏପରିକି ସେ ଆଣ୍ଟିଗୁଆ ଆସିଲେ ତାଙ୍କ ସ୍ୱାମୀଙ୍କୁ ଭେଟୁଥିଲେ ଏବଂ ତାଙ୍କ ନାମ ବାରବରା। କିନ୍ତୁ ଟେଲିଭିଜନ ଚାନେଲଗୁଡିକରେ ଯେଉଁ ମହିଳାଙ୍କ ଫଟୋ ପ୍ରଦର୍ଶନ କରାଯାଉଛି ସେ ବାରବରା ନୁହନ୍ତି। ତାଙ୍କ ସ୍ୱାମୀଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। ସେ ଆଣ୍ଟିଗୁଆ ନାଗରିକ ହୋଇଥିବାରୁ ତାଙ୍କୁ ଜଣେ ନାଗରିକ ଭାବରେ ସମସ୍ତ ଅଧିକାର ମିଳିବା ନେଇ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ସେଥିପାଇଁ ମେହୁଲ ନିରାପଦରେ ଆଣ୍ଟିଗୁଆ ଫେରିବେ ବୋଲି ସେ ଆଶା କରୁଛନ୍ତି।
ଗତ ରବିବାର ଦିନ ଆଣ୍ଟିଗୁଆ ଓ ବାର୍ବୁଡା ପ୍ରଧାନମନ୍ତ୍ରୀ ଗାଶନ୍‍ ବ୍ରାଉନେ କହିଥିଲେ ଯେ ମେହୁଲ ତାଙ୍କ ବାନ୍ଧବୀଙ୍କ ସହିତ ଡୋମିନିମା ଯାଇଥିବାବେଳେ ସେଠାରେ ଧରାପଡିଥିଲେ। ଏପରିକି ଡୋମିନିକା କର୍ତ୍ତୃପକ୍ଷ ମେହୁଲଙ୍କୁ ସିଧାସଳଖ ଭାରତକୁ ପଠାଇଦେବାକୁ ସେ ଡୋମିନିକା ସରକାରଙ୍କୁ ଅନୁରୋଧ କରିଥିଲେ। ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ମେହୁଲଙ୍କ ମାମଲାର ଶୁଣାଣି ଡୋମିନିକା ଅଦାଲତରେ ବୁଧବାର ଆରମ୍ଭ ହେବା ପୂର୍ବରୁ ତାଙ୍କ ଭାଇ ସ୍ଥାନୀୟ ସମର୍ଥନ ଜୁଟାଇବା ଉଦ୍ଦେଶ୍ୟରେ ସେହି ଦେଶର ବିରୋଧୀ ଦଳ ନେତାଙ୍କୁ ଲାଞ୍ଚ ଦେଇଥିବା ଘଟଣା ଅଭିଯୋଗ ହୋଇଛି। ମେହୁଲଙ୍କ ଭାଇ ଚେତନ ଚୋକ୍ସି ଡୋମିନିକାରେ ପହଞ୍ଚି ବିରୋଧୀ ଦଳ ନେତାଙ୍କୁ ଭେଟି ମେହୁଲଙ୍କୁ ଯେଭଳି ଭାରତକୁ ପଠାନଯିବ, ସେ ଦିଗରେ ତାଙ୍କର ସହଯୋଗ ଲୋଡିଥିଲେ। ଏପରିକି ଚେତନ ବିରୋଧୀ ଦଳ ନେତାଙ୍କୁ ୨ ଲକ୍ଷ ଡଲାର ଲାଞ୍ଚ ଦେଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମଗୁଡିକରେ ଅଭିଯୋଗମୂଳକ ରିପୋର୍ଟ ପ୍ରକାଶ ପାଇଛି। ଉଭୟ ଆଣ୍ଟିଗୁଆ ଏବଂ ଡୋମିନିକାରେ ବିରୋଧୀ ଦଳଗୁଡିକ ମେହୁଲଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାନଯିବାକୁ ମତ ରଖିଛନ୍ତି। ଇତିମଧ୍ୟରେ ଆଉଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆଣ୍ଟିଗୁଆ ପକ୍ଷରୁ ମେହୁଲଙ୍କୁ ପୁନଃ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତାଙ୍କ ନିକଟରୁ କାହିଁକି ନାଗରିକତ୍ୱ ପ୍ରତ୍ୟାହାର କରାନଯିବ, ତାହାର କାରଣ ଦର୍ଶାଇବାକୁ କୁହାଯାଇଛି। ମାସକ ମଧ୍ୟରେ ଏହାର ଜବାବ ରଖିବାକୁ ତାଙ୍କୁ ଆଦେଶ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories