www.samajalive.in
Saturday, December 6, 2025
16.1 C
Bhubaneswar

ଓୱେସି ବିଜେପି ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଜେଣ୍ଟ : ମହେଶ ଯୋଶୀ

ଜୟପୁର :  ରାଜସ୍ଥାନ ସରକାରୀ ଦଳର ମୁଖ୍ୟ ସଚେତକ ମହେଶ ଯୋଶୀ, ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସିଙ୍କୁ ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଜେଣ୍ଟ ବୋଲି କହିଛନ୍ତି।  ଶ୍ରୀ ଯୋଶୀ କହିଛନ୍ତି ଯେ ସେ ବିଜେପି ପାଇଁ କାମ କରୁଛନ୍ତି । ଓୱେସିଙ୍କୁ ଟାର୍ଗେଟ କରି ଯୋଶୀ କହିଛନ୍ତି ଯେ ସେ କେବଳ ବିଜେପିର ନିର୍ଦ୍ଦେଶରେ ନିର୍ବାଚନ ଲଢୁଛନ୍ତି। ରାଜସ୍ଥାନର ଲୋକମାନେ ଓୱେସିଙ୍କ ପରି ଲୋକଙ୍କୁ ପ୍ରତ୍ୟାଖ୍ୟାନ କରିବେ। ଏଠାରେ ତାଙ୍କର ଯୋଜନା ସଫଳ ହେବ ନାହିଁ। ଯୋଶୀ କହିଛନ୍ତି ଯେ ବିଜେପି, ବିଧାୟକ କିଣା-ବିକା କରି ସରକାର ଭାଙ୍ଗିବାରେ ବିଶ୍ୱାସ କରେ।

ଅନେକ ରାଜ୍ୟରେ ବିଜେପି ଏହା କରିଛି । ରାଜସ୍ଥାନରେ ମଧ୍ୟ ବିଜେପି ଏଭଳି ଯୋଜନା ଉପରେ କାମ କରି ବିଫଳ ହୋଇଛି। କଂଗ୍ରେସ ଦେଶର ଏକତା ଏବଂ ଅଖଣ୍ଡତା ଉପରେ କାର୍ୟ୍ୟ କରୁଥିବାବେଳେ ବିଜେପି ସର୍ବଦା ହିନ୍ଦୁ-ମୁସଲମାନଙ୍କ ସହିତ ଲଢେଇ ରାଜନୀତି କରିଥାଏ। ଏଥିରେ ବିଜେପି ଓୱେସିଙ୍କୁ ନେଇ ଘୃଣାର ନିଆଁ ଆହୁରି ତେଜିୟାନ କରିବାକୁ ଚେଷ୍ଟା କରୁଛି।

- Advertisement -

ବାସ୍ତବରେ, ଆସନ୍ତା ବିଧାନସଭା ନିର୍ବାଚନରେ ରାଜସ୍ଥାନରୁ ପ୍ରାର୍ଥୀ ହେବାକୁ ଆସାଦୁଦ୍ଦିନ ଓୱାଇସିଙ୍କ ଦଳ ଏଆଇଏମଆଇଏମ୍ ପ୍ରାର୍ଥୀ ଠିଆ କରାଇବା ନେଇ ଚର୍ଚା ଆରମ୍ଭ ହୋଇଯାଇଛି। ଯାହାକୁ ଦେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସେଥିପାଇଁ କଂଗ୍ରେସ ନେତା ଆସାଦୁଦ୍ଦିନ ଓୱେସିଙ୍କୁ ଟାର୍ଗେଟ କରୁଛନ୍ତି।

ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ମନ୍ତ୍ରୀ ଅଲକା ସିଂହ ଗୁଜ୍ଜର କହିଛନ୍ତି ଯେ ଉଭୟ ଓୱେସି ଏବଂ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଉଭୟଙ୍କ ରାଜନୀତି ତୁଷ୍ଟିକରଣ ଏବଂ ମୁସଲିମ ଭୋଟ୍ ବ୍ୟାଙ୍କ ଉପରେ ରହିଛି । କଂଗ୍ରେସ ଏହାର ଭୋଟ୍ ବ୍ୟାଙ୍କର ଭାଗ ବଢାଇବାରେ ଲାଗିଛି ଏବଂ ଏହିପରି ଭାବରେ ଅଯଥା ବୟାନବାଜି କରୁଛି। ସେ କହିଛନ୍ତି ଯେ ଯେଉଁ କଂଗ୍ରେସ ତୁଷ୍ଟିକରଣ ରାଜନୀତି କରୁଛି ଏହା ମଧ୍ୟ ବୁଝିବା ଉଚିତ ଯେ ଭାରତର ଲୋକମାନେ ଜାତି ଓ ସମ୍ପ୍ରଦାୟରୁ ଉପରକୁ ଯାଇ ନରେନ୍ଦ୍ର ମୋଦୀଙ୍କ କାର୍ୟ୍ୟ ଶୈଳୀରେ ସନ୍ତୁଷ୍ଟ ଅଛନ୍ତି।

 

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories