www.samajalive.in
Saturday, December 6, 2025
14.1 C
Bhubaneswar

ଅଗଷ୍ଟ ୯ରେ ଓଟିଇଟି ପରୀକ୍ଷା

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଶିକ୍ଷକ ଯୋଗ୍ୟତା ୨୦୨୪ (ଓଟିଇଟି) ପରୀକ୍ଷା ଅଗଷ୍ଟ ୯ରେ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୯ଟାରୁ ୧୧.୩୦ ଯାଏଁ ପେପର-୧ ଓ ଅପରାହ୍ଣ ୨ଟାରୁ ୪.୩୦ ଯାଏଁ ପେପର-୨ ପରୀକ୍ଷା ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଟିଇଟି ପରୀକ୍ଷା ନିମନ୍ତେ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଜୁନ୍‌ ୨୪ରୁ ଆରମ୍ଭ ହୋଇ ଜୁଲାଇ ୫ ମଧ୍ୟରାତ୍ରି ଯାଏ ଚାଲିବ। ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଆବେଦନ କରାଯିବ। ଉକ୍ତ ଲିଙ୍କ୍‌ରେ ଆବେଦନ ଓ ଦେୟ ଜୁଲାଇ ୬ ତାରିଖ ରାତି ୧୧.୪୫ ସୁଦ୍ଧା ଦାଖଲ କରିବାକୁ ହେବ। ଅନ୍‌ଲାଇନ୍‌ ଆବେଦନ ସଂକ୍ରାନ୍ତୀୟ ନିର୍ଦେଶାବଳୀ, ଯୋଗ୍ୟତା ଆଦି ବୋର୍ଡ ୱେବସାଇଟ୍‌ରେ ଉପଲବ୍ଧ ରହିଛି। ଏଥିସହ ଅଗଷ୍ଟ ୨ରେ ପରୀକ୍ଷାର୍ଥୀଙ୍କୁ ଆଡ୍‌ମିଟ୍‌ କାର୍ଡ ଅନ୍‌ଲାଇନ୍‌ରେ ପ୍ରଦାନ କରାଯିବ। କୌଣସି ପରିସ୍ଥିତିରେ ଆବେଦନର ଅନ୍ତିମ ତାରିଖ ଘୁଞ୍ଚାଯିବ ନାହିଁ। ଆବେଦନକାରୀ ଅନ୍‌ଲାଇନ୍‌ ଫର୍ମ ପୂରଣ ବେଳେ ନିଜର ବ୍ୟକ୍ତିଗତ ଠିକଣା, ଜାତି, ବିଷୟ ଆଦି ଠିକ୍‌ ଭାବେ ଲେଖିବେ। ପରବର୍ତ୍ତୀ ସମୟରେ ସେଗୁଡ଼ିକ ଆଉ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories