www.samajalive.in
Saturday, December 13, 2025
27.1 C
Bhubaneswar

ଆସନ୍ତାକାଲିଠୁ ଗଡ଼ିବ ଓଏସ୍‌ଆର୍‌ଟିସି ବସ୍‌ : ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟରେ ଗଡିବ ୯୬ଟି ବସ୍‌

ଭୁବନେଶ୍ଵର : ଆସନ୍ତାକାଲି ଠାରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି)ର ବସ୍ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ ୬୬ ଟି ରୁଟରେ ୯୬ଟି ବସ୍ ଗଡିବ । ୯୬ଟି ବସ୍ ରାଜ୍ୟର ୨୨ ଟି ସହରରୁ ରାଜଧାନୀ ଭୁବନେଶ୍ଵରକୁ ଯୋଡିବ । ଏନେଇ ରାଜ୍ୟ ସଡକ ପରିବହନ ନିଗମ ସିଏମ୍‌ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ପକ୍ଷରୁ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି । ଏଥି ସହିତ ବସରେୂ କୌଣସି ଯାତ୍ରୀ ଛିଡା ହୋଇ ଯାତ୍ରା କରିପାରିବେ ନାହିଁ ବୋଲି ସୂଚନା ରହିଛି । ଜନସାଧାରଣ ଓ ବସ କର୍ମଚାରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଜରୁରିକାଳୀନ ଆବଶ୍ୟକ ନଥିଲେ ବସରେ ଯାତ୍ରା କରନ୍ତୁ ନାହିଁ। ବସଷ୍ଟାଣ୍ଡରେ ଏବଂ ବସରେ ଚଢ଼ିବା ସମୟରେ ନିଶ୍ଚିତ ଭାବରେ ସାମାଜିକ ଦୂରତା ରକ୍ଷା କରିବାକୁ ଶ୍ରୀ ବୋଥ୍ରା ଅପିଲ କରିଛନ୍ତି।

- Advertisement -

 

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories