www.samajalive.in
Thursday, December 11, 2025
18.1 C
Bhubaneswar

କରୋନା ହଟ୍‌ସ୍ପଟ୍‌ ଅଞ୍ଚଳରେ ହୋଇପାରେ ଗୋଷ୍ଠୀ ସଂକ୍ରମଣ:ଏମ୍ସ ନିର୍ଦେଶକ

ନୂଆଦିଲ୍ଲୀ: ଏବେ ପ୍ରତିଦିନ କରୋନା ଆକାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଗାମୀ ଦିନରେ ଶିଖରରେ ଛୁଇଁବ କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଦେଶର କୌଣସି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଦେଖାଦେଇନାହିଁ। ଆସନ୍ତାକାଲିଠାରୁ ସପିଂମଲ୍, ଧାର୍ମିକସ୍ଥଳ, ହୋଟେଲ୍‌, ରେସ୍ତୋରାଁ ଆଦି ଖୋଲିବ। ଏସବୁ ସ୍ଥାନରେ ବହୁ ଲୋକଙ୍କ ସମାଗମ ହେବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା କରୋନା ସଂକ୍ରମଣକୁ ରୋକାଯାଇପାରିବ। ତେବେ ଦେଶର ହଟ୍‌ସ୍ପଟ୍‌ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡ଼ିକାଲ୍‌ ସାଇନ୍ସ(ଏମ୍ସ) ନିର୍ଦେଶକ ରଣଦୀପ ଗୁଲେରିଆଙ୍କ ସୂଚନା ଦେଇଛନ୍ତି। କାଶିବା ଓ ଛିଙ୍କିବା ସମୟରେ ପାଟି ଓ ନାକକୁ ଟିସୁ ଓ କପଡ଼ାରେ ଭଲ ଭାବରେ ଢ଼ାଙ୍କିବା ଏବଂ ବ୍ୟବହୃତ ଟିସୁ ଓ କପଡ଼ାକୁ ଯତ୍ନର ସହ ବାହାରେ ଫିଙ୍ଗିବା ଆଦିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଦେଶ​ରେ ୨,୪୮, ୨୨୧ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧,୧୯, ୩୯୬ଜଣ ସୁସ୍ଥ ହୋଇଛନ୍ତି ଓ ୬,୯୫୭ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ସ୍ଥାନରେ କରୋନା କଟକଣା ହଟାଇ ଦେଇଥିବାବେଳେ ଅନ୍‌ଲକ୍‌-୧ରେ ଦୋକାନ ବଜାର ଓ ମାର୍କେଟ୍‌ କ​‌େ​‌ମ୍ପ୍ଲକ୍ସ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏସବୁରେ ଲୋକେ ମାସ୍କ ପିନ୍ଧିବା ସହ ହାତକୁ ବାରମ୍ବାର ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ଲୋକେ ଏହାକୁ କିଭଳି ପାଳନ କରିବେ ତାହା କହିବା କଷ୍ଟକର। ତେବେ ଦେଶର ଯେଉଁସବୁ ଅଞ୍ଚଳକୁ ହଟ୍‌ସ୍ପଟ୍‌ ଘୋଷଣା କରାଯାଇଛି ସେସବୁ ସ୍ଥାନରେ ଅଧିକ ବିପଦ ଦେଖାଦେଇଛି। କରୋନା ହଟ୍‌ସ୍ପଟ୍ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ ପ୍ରକାଶ କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories