www.samajalive.in
Sunday, December 7, 2025
16.1 C
Bhubaneswar

ଜାଲ୍ ହୋଇଥିଲେ ହୋଇଯାଆନ୍ତୁ ସାବଧାନ- ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଯାଞ୍ଚ ପାଇଁ ନିର୍ଦେଶ

ଭୁବନେଶ୍ବର (ନି.ପ୍ର): ରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ପ୍ରମାଣପତ୍ର(ସାର୍ଟିଫକଟ୍‌) ଦେଇ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର କାଗଜପତ୍ର ଯାଞ୍ଚ କରାଯିବ। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦାଖଲ କରି ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏଭଳି ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ଏହାର ତଦନ୍ତ ନିର୍ଦେଶ ଦେବା ସହ ସବୁ ମହାବିଦ୍ୟାଳୟର ପ୍ରମାଣପତ୍ର ଯାଞ୍ଚ କରିବାକୁ ନିର୍ଦେଶ ଦେଇଛି। ତଦନ୍ତ ସମ୍ବନ୍ଧୀୟ ତଥ୍ୟ ଆସିବା ପରେ ଦୋଷୀ ଛାତ୍ରଛାତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସମସ୍ତ ସରକାରୀ, ବେସରକାରୀ ଓ ସେଲ୍ଫ ଫାଇନାନ୍ସିଂ(ନିଜସ୍ବ ଦେୟ) ମହାବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ଯାଞ୍ଚ କରିବେ। ଏନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି କଡ଼ା ନିର୍ଦେଶ ଦେଇଛନ୍ତି।

ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରି ରାଜ୍ୟର ଅନ୍ୟ ମହାବିଦ୍ୟାଳୟରେ ବି ଏଭଳି ସମସ୍ୟା ହୋଇଥାଇପାରେ। ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷରେ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ବିଦ୍ୟାର୍ଥୀଙ୍କ କାଗଜପତ୍ର ଯାଞ୍ଚ କରିବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ। ଏଦିଗରେ ପଦକ୍ଷେପ ନେବା ସହ ଜିଲା ସିଡିଏମ୍‌ଓଙ୍କ ଦ୍ବାରା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରିବାକୁ କୁହାଯାଇଛି। ଯାଞ୍ଚବେଳେ ସମ୍ପୃକ୍ତ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ୍‌ ଦାଖଲ କରିଥିବା ଜଣାପଡ଼ିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏମିତିକି ତୁରନ୍ତ ନାମଲେଖା ବାତିଲ କରାଯିବା ସହ ସ୍ଥାନୀୟ ଥାନାରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଏତଲା ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଛି।

- Advertisement -

ସୂଚନାଯୋଗ୍ୟ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଦ୍ରକ ମହାବିଦ୍ୟାଳୟରେ ନାମଲେଖା ନେଇ ଅଭିଯୋଗ ହୋଇଥିଲା। ବିଦ୍ୟାର୍ଥୀ ୮୦ ପ୍ରତିଶତ ମାର୍କ ରଖିଥିଲେ ମଧ୍ୟ ନାମଲେଖା ସୁଯୋଗ ମିଳି ନଥିଲା। ଅଥଚ ୪୦ ପ୍ରତିଶତ ମାର୍କ ଥିବା ପିଲା ମହାବିଦ୍ୟାଳୟରେ ନାଁ ଲେଖାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସମେତ ଅନ୍ୟ ଛାତ୍ର ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଓ ପ୍ରତିବାଦ କରାଯାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories