ତ୍ବଚାଜନିତ ଅନେକ ସମସ୍ୟା ଦୂର କରି ଉଜ୍ଜ୍ଵଳତା ବୃଦ୍ଧି କରେ ଏହି ଘରୋଇ ଉପଚାର

ସାଧାରଣତଃ ଏକ ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବାକୁ ସମସ୍ତେ ଚାହନ୍ତି। ଖାସ୍ କରି ମହିଳାମାନେ ଏହି ଦିଗ ପ୍ରତି ଅଧିକ ସଚେତନ। ତ୍ବଚାଜନିତ ସମସ୍ୟା ଦୂର କରି ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ସେମାନେ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। କିନ୍ତୁ ବେଳେବେଳେ ଏସବୁର ବ୍ୟବହାର ଫଳରେ ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହୋଇ ତ୍ବଚା ସୁନ୍ଦର ହେବା ପରିବର୍ତ୍ତେ ଅଧିକ ଖରାପ ହେବାକୁ ଲାଗିଥାଏ। ତେଣୁ ଆଜି ଆମେ ଏପରି ଏକ ଫେସ୍‌ପ୍ୟାକ୍‌ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଘରେ ବସି ଅତି ସହଜରେ ପ୍ରସ୍ତୁତ କରି ବ୍ୟବହାର କରିପାରିବେ। ବିଶେଷ କଥା ହେଉଛି ଘରୋଇ ଉପଚାର ହୋଇଥିବାରୁ ଏହାର ପାର୍ଶ୍ବ ପ୍ରତିକ୍ରିୟା ଭୟ ମଧ୍ୟ ନାହିଁ। କମଳା ଚୋପାରୁ ପ୍ରସ୍ତୁତ ଏହି ପ୍ୟାକ୍‌କୁ ଲଗାଇବା ଦ୍ବାରା ତ୍ବଚାଜନିତ ଅନେକ ସମସ୍ୟା ଦୂର ହେବା ସହ ତ୍ବଚା ଗୋରା, କୋମଳ ଓ ଚିକ୍କଣ ହୋଇଥାଏ। ଆସନ୍ତୁ ଜାଣିବା ଏହି ପ୍ୟାକ୍ ପାଇଁ ଆବଶ୍ୟକୀୟ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ ବିଷୟରେ –

ଆବଶ୍ୟକୀୟ ସାମଗ୍ରୀ:
ଆଲୋଭେରା ଜେଲ୍- ୨ଚାମଚ
କମଳା ଚେପା ଗୁଣ୍ଡ- ୧ଚାମଚ
ମହୁ-୧ଚାମଚ
ଗୋଲାପ ଜଳ- କିଛି ବୁନ୍ଦା

prayash

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ସଫା ପାତ୍ରରେ ଆଲୋଭେରା ଜେଲ୍, କମଳା ଚେପା ଗୁଣ୍ଡ ଏବଂ ମହୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ସେହି ମିଶ୍ରଣରେ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ତ୍ୱଚାରେ ଲଗାନ୍ତୁ।

ଏହି ପ୍ୟାକ୍ ବ୍ୟବହାର କରିବା ଦ୍ବାରା ମିଳୁଥିବା ଲାଭ:
ସପ୍ତାହକୁ ୨ରୁ ୩ ଥର ଏହି ପ୍ୟାକ୍ ଲଗାଇବା ଦ୍ବାରା ବ୍ରଣ ସମସ୍ୟା, କଳା ଦାଗ, ତ୍ବଚାର ଶୁଷ୍କତା ଭଳି ଅନେକ ସମସ୍ୟା ଦୂର ହେବା ସହ ଉଜ୍ବଳତା ବୃଦ୍ଧି ପାଇଥାଏ। ଏହାସହିତ ତ୍ବଚା କୋମଳ ତଥା ନମନୀୟ ହୋଇଥାଏ।

Comments are closed.