www.samajalive.in
Saturday, December 6, 2025
23.1 C
Bhubaneswar

ମହାରାଷ୍ଟ୍ରର ୬ ଜିଲାକୁ ଅରେଞ୍ଜ ଆଲର୍ଟ

ମୁମ୍ବଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇ ସମେତ ବିଭିନ୍ନ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ମୁମ୍ବଇ ଓ ଥାଣେ ସମେତ ପାଲଘର, ରାଏଗଡ, ରତ୍ନଗିରି ଓ ସିନ୍ଧୁଦୁର୍ଗ ଜିଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆରବ ସାଗରରେ ପ୍ରାୟ ୪ ମିଟର ଉଚ୍ଚ ଲହଡି ଉଠିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଶନିବାର ସକାଳେ ମୁମ୍ବଇର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବା କୁହାଯାଇଛି। ଫଳରେ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାବେଳେ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି। ଜୁଲାଇ ୧୫ ପର୍ଯ୍ୟନ୍ତ ଏହି ଅବସ୍ଥା ଜାରି ରହିବ ବୋଲି ଆଇଏମଡି ପକ୍ଷରୁ ଚେତାବନୀ ଦିଆଯାଇଛି। ମୁମ୍ବଇର କେତେକ ସ୍ଥାନରେ ରେଳଧାରଣା ଉପରେ ବର୍ଷାଜଳ ପ୍ରବାହିତ ହୋଇଥିବାରୁ ଲୋକାଲ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିମାନବନ୍ଦର ରନ୍‌ୱେ ସୁରକ୍ଷିତ ନଥିବାରୁ ଇଣ୍ଡିଗୋ ଓ ସ୍ପାଇସଜେଟ୍‌ ଭଳି ଏୟାରଲାଇନ୍ସ ସେମାନଙ୍କର କେତେକ ଉଡାଣକୁ ବାତିଲ କରିଛନ୍ତି। ଶନିବାର ମୁମ୍ବଇର କୋଲାବା ଓ ସାନ୍ତାକ୍ରୁଜ୍‌ ଅଞ୍ଚଳରେ ଯଥାକ୍ରମେ ୮୬ ଓ ୧୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମୁମ୍ବଇର ଅଧିକାଂଶ ସହରତଳି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଇଏମଡି ପକ୍ଷରୁ କୁହାଯାଇଛି। ଅବଶ୍ୟ ଶନିବାର ଓ ରବିବାର ଦୁଇଦିନ ଛୁଟି ଥିବାରୁ ସରକାରୀ, ବେସରକାରୀ କର୍ମଚାରୀ ବର୍ଷା ବିତ୍ପାତରୁ ରକ୍ଷା ପାଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories