www.samajalive.in
Saturday, December 6, 2025
17.1 C
Bhubaneswar

ଶୀତ ଦିନେ କମଳା ଖାଇଲେ ମିଳିଥାଏ ଏହି ସମସ୍ତ ଲାଭ

ଶୀତଦିନରେ କମଳା ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏଥିରେ ଭିଟାମିନ ସି ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ। କର୍କଟ ଠାରୁ ମଧୁମେୟ ରୋଗର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଜାଣନ୍ତୁ କମଳା କିପରି ସ୍ୱାସ୍ଥ୍ୟର ଉପକାର କରିଥାଏ….
ମୁହଁ ପାଇଁ ଲାଭଦାୟକ –
ମୁହଁ ପାଇଁ ମଧ୍ୟ କମଳା ଖୁବ ଲାଭଦାୟକ ଅଟେ। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ମୁହଁର ସମସ୍ତ ଦାଗକୁ ଦୂର କରିବା ସହ ଉଜ୍ୱଳ ମଧ୍ୟ କରିଥାଏ। ଏହାକୁ ଖାଇବା ସହ ଏହାର ଚୋପାକୁ ମଧ୍ୟ ଶୁଖାଇ ଗୁଣ୍ଡ କରି ମୁହଁରେ ଲଗାଇ ପାରିବେ।
କଲେଷ୍ଟେରୋଲ କମ୍ କରିଥାଏ –
ଏହାକୁ ଖାଇବା ଦ୍ୱାରା କଲେଷ୍ଟେରୋଲ ସ୍ତର ସଠିକ ରହିଥାଏ। ଫଳରେ ହୃଦୟ ଜନିତ ସମସ୍ୟା ଦୂର ହୋଇଥାଏ।
କମଳାରେ ଭିଟାମିନ-ସି ରହିଛି, ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡ଼ାଣ୍ଟ ଭାବେ କାର୍ଯ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ।
ଏହାକୁ ଖାଇବା ଦ୍ୱାରା ଗ୍ୟାସଟିକ୍‌, ଏସିଡ଼ିଟି ଭଳି ସମସ୍ୟାରୁ ମୁକ୍ତି ମିଳିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories