www.samajalive.in
Saturday, December 6, 2025
15.1 C
Bhubaneswar

ସଂସଦର ଶୀତକାଳୀନ ଅଧିବେଶନ : ଶପଥ ନେଲେ ୪ଲୋକସଭା ସଦସ୍ୟ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିହାରର ସମସ୍ତିପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରିନ୍ସ ରାଜ, ମଧ୍ୟପ୍ରଦେଶର ସାହୋଡୋଲର ସାଂସଦ ହିମାଦ୍ରି ସିଂ,
ମହାରାଷ୍ଟ୍ରର ସତାରାର ସାଂସଦ ଶ୍ରୀନିବାସ ଦାଦାସାହେବ ପାଟିଲ ଓ ତାମିଲନାଡୁର ଭେଲୋର ସାଂସଦ ଡି.ଏମ୍‍. କଦୀର ଆନନ୍ଦ ଲୋକସଭା ସଦସ୍ୟ ଭାବେ ଶପଥ ନେଇଥିଲେ।
ତେବେ ଲୋକସଭାରେ ଆଜି ପ୍ରଶ୍ନକାଳ ବେଳେ ଜାମ୍ମୁ-କାଶ୍ମୀରରେ ଗୃହବନ୍ଦୀ ରହିଥିବା ନ୍ୟାସନାଲ କନ୍‍ଫରେନ୍ସ ନେତା ଫାରୁକ୍‍ ଅବଦୁଲ୍ଲାଙ୍କୁ ଶୀଘ୍ର ମୁକ୍ତ କରାଯିବା ଦାବିରେ ପ୍ରବଳ ପାଟିତୁଣ୍ଡ ହୋଇଛି। ବିରୋଧୀ ଦଳ ସାଂସଦ ମାନେ ଜାମ୍ମୁକାଶ୍ମୀରରେ ସ୍ଥିରତା ନଥିବାର ଦର୍ଶାଇ ସ୍ଲୋଗାନ ଦେବାସହ ସଭାଗୃହରେ ଏହାର ପ୍ରତିବାଦ କରିଛନ୍ତି।

ସୂଚନାଯୋଗ୍ୟ  ଲୋକସଭାର ସର୍ବମୋଟ ୨୦ଦିନ ବୈଠକ ବସିବ। ଅଧିବେଶନ ଆସନ୍ତା ମାସ ୧୩ ତାରିଖରେ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ଲାମେଣ୍ଟର ଉଭୟ ସଦନରେ ଗଠନମୂଳକ ବିତର୍କ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସରକାର ସବୁ ବିଷୟ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବାର ସେ ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories