www.samajalive.in
Saturday, December 13, 2025
14.1 C
Bhubaneswar

୧୫ ହଜାରରୁ କମ୍‌ ଦାମ୍‌ରେ ଆସିଲା ଓପ୍ପୋର ନୂଆ ସ୍ମାର୍ଟଫୋନ, ରହିଛି 6000mAh ବ୍ୟାଟେରୀ

ସମାଜ ଡିଜିଟାଲ ଡେସ୍କ: ଅନେକ ଦମ୍‌ଦାର ଫିଚର ସହ ଭାରତୀୟ ବଜାରରେ ଲଞ୍ଚ୍ ହୋଇଛି Oppo K13x 5G ସ୍ମାର୍ଟଫୋନ୍‌। କମ୍ପାନୀ ଏହି ସ୍ମାର୍ଟଫୋନକୁ ୧୫ ହଜାର ଟଙ୍କାରୁ କମ୍ ମୂଲ୍ୟରେ ଲଞ୍ଚ୍ କରିଛି। ଏହି ସ୍ମାର୍ଟଫୋନ ଦୁଇଟି ରଙ୍ଗରେ ଉପଲବ୍ଧ। ଓପ୍ପୋର ଏହି ୫ଜି ଫୋନରେ ଡୁଆଲ୍ ରିଅର କ୍ୟାମେରା ସେଟଅପ୍ ରହିଛି। ଏହା ବ୍ୟତୀତ ଫୋନର ବିଶେଷତ୍ଵ ମଧ୍ୟରେ ଏହାର ଦୀର୍ଘସ୍ଥାୟୀ ବ୍ୟାଟେରୀ ପ୍ୟାକ୍ ମଧ୍ୟ ଅନ୍ତର୍ଭୁକ୍ତ। ଫୋନ୍‌ରେ ବଡ଼ ଡିସ୍‌ପ୍ଲେ ଓ ଦମ୍‌ଦାର ପ୍ରୋସେସର ଦିଆଯାଇଛି। କେବଳ ଏତିକି ନୁହେଁ ଓପ୍ପୋର ଏହି ସ୍ମାର୍ଟଫୋନ୍‌ରେ ଅନେକ ଏଆଇ ଫିଚର ରହିଛି।

ଭାରତରେ Oppo K13x 5Gର ଦାମ୍‌:

- Advertisement -

Oppo K13x 5G ସ୍ମାର୍ଟଫୋନକୁ ତିନୋଟି ଭାରିଏଣ୍ଟରେ ଲଞ୍ଚ୍‌ କରାଯାଇଛି। 4GB RAM ସହ 128GB ଇଣ୍ଟରନାଲ ଷ୍ଟୋରେଜ ଥିବା ଫୋନ୍‌ର ମୂଲ୍ୟ ୧୧ ହଜାର ୯୯୯ ଟଙ୍କା ରହିଛି। ସେହିପରି 6GB RAM ଓ 128GB ଷ୍ଟୋରେଜ୍‌ ଭାରିଏଣ୍ଟର ଦାମ୍‌ ୧୨ ହଜାର ୯୯୯ ଟଙ୍କା ରହିଛି। 8GB RAM ଏବଂ 128GB ଷ୍ଟୋରେଜ୍‌ ଥିବା ଭାରିଏଣ୍ଟ ୧୪ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ ହୋଇଛି। ଏହା ଦୁଇଟି ରଙ୍ଗ ମିଡ୍‌ନାଇଟ୍‌ ଭାଓଲେଟ୍‌ ଏବଂ ସନ୍‌ସେଟ୍‌ ପିଚ୍‌ରେ ଉପଲବ୍ଧ। ଜୁନ୍‌ ୨୭ ତାରିଖ ଦିନ ୧୨ଟାରୁ ଫୋନ୍‌ର ସେଲ୍‌ ଆରମ୍ଭ ହେବ। ପ୍ରଥମ ସେଲ୍‌ରେ କିଛି ନିର୍ଦିଷ୍ଟ ବ୍ୟାଙ୍କ କାର୍ଡ ଉପରେ ୧୦୦୦ ଟଙ୍କାର ତୁରନ୍ତ ରିହାତି ମିଳିବ।

ସ୍ମାର୍ଟଫୋନର ଫିଚର:

ଫିଚର କଥା କହିବାକୁ ଗଲେ, ଏହି ଫୋନ୍‌ରେ Corning Gorilla Glass 7i ପ୍ରୋଟେକ୍ସନ ରହିଛି। ଏଥିରେ ୬.୬୭ ଇଞ୍ଚର ଫୁଲ୍‌ ଏଚଡି+ଏଲସିଡି ଡିସ୍‌ପ୍ଲେ ଦିଆଯାଇଛି। ଏହାର ରିଫ୍ରେଶ୍‌ ରେଟ୍‌ 120Hz, ସର୍ବାଧିକ ବ୍ରାଇଟ୍‌ନେସ୍‌ 1000 nits ରହିଛି। ଫୋନର ଓଜନ ୧୯୪ ଗ୍ରାମ। ଏହି ଫୋନର ମୋଟେଇ ୭.୯୯ଏମଏମ। ଏହା ବ୍ୟତୀତ ଓପ୍ପୋ ଫୋନରେ ମିଡିଆଟେକ୍‌ ଡାଇମେନସିଟି ୬୩୦୦ ପ୍ରୋସେସର ଉପଲବ୍ଧ। ଏହି ସ୍ମାର୍ଟଫୋନଟି Android 15 ଉପରେ ଆଧାରିତ ColorOS 15ରେ ଚାଲିଥାଏ।

ଫୋନର କ୍ୟାମେରା ସେଟ୍‌ଅପ୍‌:

ଫୋନ୍‌ର ଟପ୍‌ ଫିଚରରେ ରହିଛି 6000mAhର ବ୍ୟାଟେରୀ। ଏହା 45W SUPERVOOC ଚାର୍ଜିଂକୁ ସପୋର୍ଟ କରିଥାଏ। ଫଟୋଗ୍ରାଫି ପାଇଁ ଫୋନର ପଛ ପାର୍ଶ୍ୱରେ ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍ ଦିଆଯାଇଛି। ଏଥିରେ ୫୦ଏମପି ମେନ୍‌ କ୍ୟାମେରା ଏବଂ ୨ଏମପି ଡେପ୍‌ଥ ଲେନ୍ସ ରହିଛି। ସେଲ୍‌ଫି ଏବଂ ଭିଡିଓ କଲିଂ ପାଇଁ ଫୋନର ସମ୍ମୁଖ ଭାଗରେ ୮ଏମପି କ୍ୟାମେରା ଉପଲବ୍ଧ।

Hot this week

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

Related Articles

Popular Categories