www.samajalive.in
Monday, December 15, 2025
26.1 C
Bhubaneswar

ଲିଡ୍‌ସ ଟେଷ୍ଟ: ୨ୟ ଇନିଂସରେ ଭାରତର ସଂଘର୍ଷ

ସମାଜ ଡିଜିଟାଲ ଡେସ୍କ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ୨ୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସଂଘର୍ଷ କରୁଛି। ୪ର୍ଥ ଦିନ ଖେଳ ଜାରି ରହିଥିବାବେଳେ ଟିମ ଇଣ୍ଡିଆ ୩ ଉଇକେଟ ବିନିମୟରେ ୧୪୭ ରନ ସଂଗ୍ରହ କରିଛି। ଫଳରେ ପ୍ରଥମ ଇନିଂସର ୬ ରନକୁ ମିଶାଇ ପ୍ରଥମ ସେସନ ସୁଦ୍ଧା ୧୫୩ ରନରେ ଆଗୁଆ ରହିଛି। ୨ୟ ଇନିଂସରେ କେ.ଏଲ. ରାହୁଲ ୭୧ ଏବଂ ରୁଷଭ ପନ୍ତ ୨୭ ରନ କରି ଅପରାଜିତ ରହିଛନ୍ତି। ୯୨ ରନରେ ଦଳ ୩ଟି ଉଇକେଟ ହରାଇଥିବାବେଳେ କେ.ଏଲ. ରାହୁଲ ଏବଂ ରୁଷଭ ପନ୍ତ ଦଳର ସ୍ଥିତି ସମ୍ଭାଳିଛନ୍ତି। ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିବା ଯଶସ୍ଵୀ ଜୟସଓ୍ବାଲ ଏବଂ ଶୁବମନ ଗିଲ ବିଫଳ ହୋଇଛିନ୍ତି। ଜୟସଓ୍ବାଲ ୪ ଏବଂ ଗିଲ୍‌ ୮ ରନ କରି ଆଉଟ ହୋଇଥିବାବେଳେ ସାଇ ସୁଦର୍ଶନ ୩୦ ରନରେ ଆଉଟ ହୋଇଛନ୍ତି। ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ୨ଟି ଏବଂ ବେନ ଷ୍ଟୋକ୍ସ ଗୋଟିଏ ଉଇକେଟ ନେଇଛନ୍ତି।

ପ୍ରଥମ ଇନିଂସରେ ଭାରତ ୪୭୧ ରନ ସଂଗ୍ରହ କରିଥିଲା। ଜୟସଓ୍ବାଲ, ଗିଲ୍ ଏବଂ ପନ୍ତ ଶତକୀୟ ଇନିଂସ ଖେଳିଥିଲେ। ଏହାର ଜବାବରେ ଇଂଲଣ୍ଡ ୪୬୫ ରନ କରିଥିଲା। ଯାହାଫଳରେ ଭାରତ ପ୍ରଥମ ଇନିଂସରେ ମାତ୍ର ୬ ରନରେ ଆଗୁଆ ରହିଥିଲା। ଭାରତୀୟ ବୋଲର ଯଶପ୍ରୀତ ବୁମରା ସର୍ବାଧିକ ୫ ଉଇକେଟ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା ୩ ଏବଂ ମହମ୍ମଦ ସିରାଜ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories