ଶିମିଳିପାଳ ଅଭୟାରଣ୍ୟରେ ଚାଲିଥିଲା ଅଫିମ ଚାଷ: ନଷ୍ଟ କଲା ପୁଲିସ୍
କରଞ୍ଜିଆ: ଅଫିମ ଚାଷର ହବ୍ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ। ଯଶୀପୁର ପୁଲିସ୍, ଅବକାରୀ ବନ ବିଭାଗ ଓ ତହସିଲଦାରଙ୍କ ମିଳିତ ଉଦ୍ୟମରେ ଅଭୟାରଣ୍ୟରେ ବଡଧରଣର ରେଡ୍ କରାଯାଇଛି। ରେଡ୍ ବେଳେ ଅଭୟାରଣ୍ୟ ମଧ୍ୟରେ ଥିବା ଯୋଜବଡା ଏବଂ ଫୁଲବାଡି ଗାଁ ନିକଟରୁ ଦେଢ ଲକ୍ଷରୁ ଅଧିକ ଟଙ୍କାର ଅଫିମ ଗଛ ଜବତ କରାଯାଇଛି। ପ୍ରାୟ ୩ କୋଟି ଟଙ୍କାର ଅଫିମ ନଷ୍ଟ କରିଛି ପୁଲିସ। ଏହା ପୂର୍ବରୁ ଗତ ୧୦ ତାରିଖରେ ବନବିଭାଗ, ପୁଲିସ ଏବଂ ଅବକାରୀ ବିଭାଗ ଶିମିଳିପାଳ ଅଭୟାରଣ୍ୟରେ ଚାଲିଥିବା ଅଫିମ ଚାଷ ଉପରେ ବଡ଼ ଧରଣର ଚଢାଉ କରିଥିଲା। ମାତ୍ର ଦୁଇ ମାସ ମଧ୍ୟରେ ପାଖାପାଖି ୨୦ କୋଟି ଟଙ୍କାର ଅଫିମ ନଷ୍ଟ ହେଲାଣି। ହେଲେ ପୁଲିସ ଓ ବନ ବିଭାଗ ଅଫିମ ମାଫିଆମାନଙ୍କୁ ଧରିବାରେ ବିଫଳ ହୋଇଛି।
Comments are closed.