www.samajalive.in
Saturday, December 6, 2025
14.1 C
Bhubaneswar

ଜମ୍ମୁ-କାଶ୍ମୀର ବ୍ୟତୀତ ଅନ୍ୟ ପ୍ରସଙ୍ଗ ଉପରେ ପାକ୍ ସହ ଆଲୋଚନା କରିବାକୁ ଭାରତ ରାଜି : ଜୟଶଙ୍କର

ନୂଆଦିଲ୍ଲୀ : ପାକିସ୍ତାନ ସହ ଜମ୍ମୁ-କାଶ୍ମୀର ବ୍ୟତୀତ ଆଉ ସବୁ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼କ୍ଟର ଏସ୍‍. ଜୟଶଙ୍କର କହିଛନ୍ତି।  ତେବେ ଏଥିପାଇଁ ପ୍ରଥମେ ଆତଙ୍କ ଓ ହିଂସା ମୁକ୍ତ ପରିବେଶ ଆବଶ୍ୟକ । ବ୍ରସେଲ୍‍ସ୍‍ଠାରେ ୟୁରୋପୀୟ ସଂଘର କମିଶନର୍‍ କ୍ରିଷ୍ଟେସ୍‍ ଷ୍ଟାଇଲିଆନାଇଡିସ୍‍ଙ୍କ ସହ ଆଲୋଚନା ପରେ ଏକାଧିକ ଟ୍ୱିଟରେ ଶ୍ରୀ ଜୟଶଙ୍କର ଏହା କହିଛନ୍ତି।

ପାକିସ୍ତାନ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବାକୁ ଭାରତ ରାଜି ତେବେ ଏଥିରେ ଜମ୍ମୁ-କାଶ୍ମୀରପ୍ରସଙ୍ଗକୁ
ସାମିଲ କରାଯିବା ଅନୁଚିତ। ଜମ୍ମୁ-କାଶ୍ମୀର ଓ ଲଦାଖ ନେଇ ସମ୍ପ୍ରତି ଭାରତ ଯେଉଁ ପଦକ୍ଷେପ ଗ୍ରହଣ କରିଛି, ତାହା ସେ ଅଞ୍ଚଳର ସୁଶାସନ ଏବଂ ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି ।

- Advertisement -

ୟୁରୋପୀୟ ସମୁଦାୟର ବୈଦେଶିକ ଓ ନିରାପତ୍ତା ବିଭାଗର ପ୍ରତିନିଧି ଫେଡେରିକା ମୋଘେରିନିଙ୍କୁ ଭେଟି ସେ ଜମ୍ମୁକାଶ୍ମୀର ଓ ଲଦାଖ୍‍ ବିଷୟରେ ଅବଗତ କରାଇଛନ୍ତି । ପାକିସ୍ତାନ ଭାରତ ପ୍ରତି ଯେଉଁ ଶତ୍ରୁତା ମନୋଭାବ ପୋଷଣ କରୁଛି ଏବଂ ଏକ ପଡ଼ୋଶୀ ସହ ଯେଉଁ ସ୍ୱାଭାବିକ ସମ୍ପର୍କ ରହିବା କଥା, ତାକୁ ନଷ୍ଟ କରିବାପାଇଁ ଆତଙ୍କ ଓ ହିଂସାର ବାତାବରଣ ସୃଷ୍ଟି କରିଛି, ତାହାକୁ ସେ ନାପସନ୍ଦ କରିଛନ୍ତି। ଏହା ବନ୍ଦ୍‍ ନ ହେବା ପର୍ଯ୍ୟନ୍ତ ପାକିସ୍ତାନ ସହ ଦ୍ୱିପାକ୍ଷିକ ଆଲୋଚନା ସମ୍ଭବ ନୁହେଁ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories