www.samajalive.in
Sunday, December 14, 2025
19.1 C
Bhubaneswar

ଭଙ୍ଗାଦଦରା ଅବସ୍ଥାରେ ଓପନ ଜିମ୍‌, ସନ୍ଧ୍ୟାରେ ଜମୁଛି ମଦ୍ୟପଙ୍କ ଆସର

ଗଞ୍ଜାମ: ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ପରିସରରେ ନିର୍ମିତ ଓପନ ଜିମର ଉପକରଣ ବର୍ତ୍ତମାନ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି। ଏଥି ପ୍ରତି କାହାରି ନଜର ନ ଥିବାବେଳେ ଏଠାକୁ ସମୟ ଅତିବାହିତ କରିବାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ରକ୍ଷଣାବେକ୍ଷଣ ଉପକରଣଗୁଡ଼ିକ ନଷ୍ଟ ହୋଇଯାଇଛି।

ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଥିଲା। ପ୍ରାତଃ ଏବଂ ସାନ୍ଧ୍ୟ ଭ୍ରମଣ କରିବାକୁ ଆସୁଥିବା ଲୋକମାନେ ଏହାକୁ ବ୍ୟାୟାମ ପାଇଁ ବ୍ୟବହାର କରୁଥିଲେ। ଜିମ୍‌ ନିର୍ମାଣ ସମୟରେ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। କିନ୍ତୁ ସମୟ ଅନୁସାରେ ରକ୍ଷଣାବେକ୍ଷଣ ନ ହେବାରୁ ସେଗୁଡ଼ିକ ଅତି ଦୟନୀୟ ଅବସ୍ଥାରେ ପଡ଼ିରହିଛି। ଏହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ଦେଖାଦେଇଛି।

- Advertisement -

ଅନ୍ୟପଟେ ସନ୍ଧ୍ୟାରେ ମଦ୍ୟପ ଓ ଅସାମାଜିକଙ୍କ ଭିଡ଼ ଜମିବାରେ ଲାଗିଛି। ଷ୍ଟାଡିଅମ ପରିସରରେ ବିଭିନ୍ନ ସ୍ଥାନରେ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳୁଛି। ସନ୍ଧ୍ୟା ହେଳେ ମଦ୍ୟପଙ୍କ ଆସର ଜମୁଛି। ଫଳରେ ବୁଦ୍ଧିଜୀବୀ ଏବଂ ଯୁବପିଢ଼ି ଏଠାକୁ ଆସିବାକୁ ଇଚ୍ଛା କରୁନାହାନ୍ତି। ଏହି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories