ଏହି ଖଣିରେ କେବଳ ମହିଳାଙ୍କୁ ମିଳେ ଚାକିରି – କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜିମ୍ବାଓ୍ୱେରେ ଏପରି ଏକ ଖଣି ରହିଛି ଯେଉଁଠାରେ କେବଳ ମହିଳାମାନଙ୍କୁ ଚାକିରି ମିଳିଥାଏ । ଆପଣମାନେ ଜାଣିଥିବେ ଖଣି ଅଞ୍ଚଳରେ କାମ କରିବା ଅତ୍ୟନ୍ତ କଷ୍ଟକର । ଅନେକ ପ୍ରତିକୂଳ ପରିସ୍ଥିତିରେ ଏଠାରେ କାମ କରିବା ପାଇଁ ପଡିଥାଏ । ମାତ୍ର ଜିମ୍ବାଓ୍ୱେରେ ଏହି ଖଣିରେ କେବଳ ମହିଳାମାନଙ୍କୁ କାମ କରିବା ପାଇଁ ଅନୁମତି ମିଳିଥାଏ । କେବଳେ ସେତିକି ନୁହେଁ ଏଥିପାଇଁ ଅଧିକ ଦରମା ଦିଆଯାଇଥାଏ ।

prayash

ଜିମ୍ବାଓ୍ୱେର ଉତ୍ତର ଦିଗରେ ଥିବା ଦୁନଗୁଜା ନଦୀରେ ନିକଟରେ ଅଧିକାଂଶ ଖଣି ରହିଛି ଏଥିରେ ଜିମ୍ବାକୁଓ୍ୱା କମ୍ପାନୀ ପକ୍ଷରୁ ସେଠାରେ ହୀରା ସହିତ ବିଭିନ୍ନ ରତ୍ନ ପଥର ଖଣିରୁ ଉତ୍ତୋଳନ କରାଯାଇଥାଏ । ପଥରର ଡ୍ରିଲିଂଗ ଠାରୁ ଆରମ୍ଭ କରି ରତ୍ନପଥରର ହାମରିଂ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ମହିଳାମାନେ କରିଥାଆନ୍ତି । ଏଠାରେ ଆକ୍ୱାମାରାଇନ୍‌ ଏବଂ ଫିରୋଜ ଅଧିକ ମାତ୍ରାରେ ମିଳିଥାଏ । ଏହା ଭୂମିଠାରୁ ଗହୀରରେ ମିଳେ ।

ଆଫ୍ରିକାରେ ମହିଳାମାନଙ୍କର ନିଯୁକ୍ତି ସଂଖ୍ୟା କମ୍‌ । ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଜିମ୍ବାକୁଓ୍ୱା କମ୍ପାନୀ ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଥିଲା । ଆଫ୍ରିକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ନିଜ ପରିବାରର ପ୍ରତିପୋଷଣ ପାଇଁ କେବଳ ସେହିମାନଙ୍କୁ ଏହି ଖଣିରେ କାମ କରିବା ପାଇଁ ନିଯୁକ୍ତି ଦିଆଯାଇଥାଏ । ଏଥିପାଇଁ ସେମାନଙ୍କୁ ଆଫ୍ରିକାର ଅନ୍ୟ ଦେଶ ତୁଳନାରେ ବେଶ୍‌ ଅଧିକ ଦରମା ଦିଆଯାଇଥାଏ ।

 

Comments are closed.