www.samajalive.in
Sunday, December 14, 2025
17.1 C
Bhubaneswar

ଅଡାବାଡିକୁ ପଞ୍ଚାୟତ ମାନ୍ୟତା ଦାବି

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମ ପଞ୍ଚାୟତର ଉପର ଅଡାବାଡିକୁ ନୂତନ ପଞ୍ଚାୟତର ମାନ୍ୟତା ପାଇଁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି। ଶଙ୍କରାଖୋଲ ପଞ୍ଚାୟତରେ ଏବେ ୨୨ଟି ରାଜସ୍ବ ଗ୍ରାମ ଥିବା ବେଳେ ୨୦୧୧ ଜନଗଣନା ଅନୁସାରେ ଜନସଂଖ୍ୟା ୫,୬୦୦।

ପଞ୍ଚାୟତ ଅନ୍ତର୍ଗତ କାଡ଼ପଦର, ଉତ୍ନନେବା, ମାଜାଗାଡ଼ା, ସିତାଗାଡ଼ା, ବାସିଆମ୍ବା, କାବେଣି ଓ ରାଇଖୋଲର ଜନ ସାଧାରଣ ସରକାରୀ ସହାୟତା ପାଇଁ ୮ରୁ ୧୦ କି.ମି. ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡୁଛି । ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଶଙ୍କରାଖୋଲ ଗ୍ରାମ ପଞ୍ଚାୟତକୁ ବିଭାଜନ କରି ୧୪ଟି ରାଜସ୍ବ ଗ୍ରାମକୁ ନେଇ ଉପର ଅଡାବାଡିକୁ ଗ୍ରାମ ପଞ୍ଚାୟତ ମାନ୍ୟତା ଦେବା ପାଇଁ ଲୋକେ ଦାବି କରିଛନ୍ତି। ଏଥିପାଇଁ ଶତାଧିକ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories