www.samajalive.in
Thursday, December 11, 2025
14.1 C
Bhubaneswar

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି: କୋଟିଆରେ ହେବନି ନିର୍ବାଚନ, ସହମତିରେ ବଛାହେବେ ଜନପ୍ରତିନିଧି

ଭୁବନେଶ୍ୱର: ଏଥର ବିବାଦୀୟ କୋଟିଆରେ ହେବନାହିଁ ନିର୍ବାଚନ। ଏଠାରେ ସହମତି ଭିତ୍ତିରେ ବଛା ହେବେ ପ୍ରତିନିଧି। ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସର୍ବଦଳୀୟ ବୈଠକରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ନେତାମାନେ ଉପସ୍ଥିତ ଥିଲେ।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କୋଟିଆରେ ସର୍ବସମ୍ମତି କ୍ରମେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ବଛା ହେବେ। ଏପରିକି ଜିଲା ପରିଷଦ ସଭ୍ୟ ମଧ୍ୟ ସର୍ବସମ୍ମତିରେ ବଛା ହେବେ। ଯେଉଁ ପ୍ରାର୍ଥୀଙ୍କୁ ସର୍ବସମ୍ମତିରେ ବଛାଯିବ, ସେ ଯେକୌଣସି ଦଳରେ ଥାନ୍ତୁ ନା କାହିଁକି, ସେ ଇସ୍ତଫା ଦେବେ।

ଏହି ବୈଠକରେ ବିଧାୟକ ପିତମ ପାଢୀ, ରଘୁରାମ ପଡାଲ, ବିଜେପି ନେତା ଜୟରାମ ପାଙ୍ଗି, ବିଜେଡି ନେତା ଈଶ୍ୱର ପାଣିଗ୍ରାହୀ, କୋରାପୁଟ୍ ଜିଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ ରାମ କାଡାମ ଓ ପ୍ରଫୁଲ୍ଲ ପାଙ୍ଗି ଉପସ୍ଥିତ ଥିଲେ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories