ଭୁବନେଶ୍ବର: ଆଜି ରାଜ୍ୟରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲା ଚିକିଟି ନିର୍ବାଚନ ମଣ୍ଡଳୀରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏହି ଅଞ୍ଚଳର ୨ଟି ଜାଗାରେ ଗୋଷ୍ଠୀ ଆକ୍ରମଣରେ ୬ଜଣ ଗୁରୁତର ହୋଇଛନ୍ତି। ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତରେ ନାମାଙ୍କନପତ୍ର ଦାଖଲ କରିବାକୁ ଯିବାବେଳେ ଆକ୍ରମଣ ହୋଇଥିଲା। ବିପକ୍ଷ ଗୋଷ୍ଠୀର ଖଣ୍ଡା, ଭୂଜାଲି ମାଡ଼ରେ ୪ଜଣ ଗୁରୁତର ହୋଇଥିଲା। ପାତ୍ରପୁର ବ୍ଲକ ଖମ୍ବାରୀ ଗାଁ ନିକଟରେ ମଧ୍ୟ ନାମାଙ୍କନ ପାଇଁ ହଣାକଟା ହୋଇଥିବା ଜଣାପଡ଼ିଛି। ବିପକ୍ଷ ଗୋଷ୍ଠୀର କାତି, ଖଣ୍ଡା ଆକ୍ରମଣରେ ୨ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
Popular Categories



