www.samajalive.in
Monday, December 15, 2025
16.1 C
Bhubaneswar

ବାରବାଟୀ ଟି-୨୦: ୫ ମିନିଟରେ ଅନଲାଇନ ଟିକେଟ ଶେଷ

କଟକ: ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ସୋମବାର ଅନ୍‌ଲାଇନ ଟିକଟ ବିକ୍ରି ହୋଇଥିଲା। ସାଧାରଣ ଦର୍ଶକଙ୍କ ଲାଗି ଅନ୍‌ଲାଇନରେ ୨୦୦୦ ଟିକଟ ଉପଲବ୍ଧ ରହିଥିଲା। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଅପରାହ୍ଣ ୨ଟାରେ ‘ଡ୍ରିଷ୍ଟିକ୍ଟ ବାଇ ଜମାଟୋ’ ୱେବସାଇଟ୍‌ /ଆପ୍‌ରେ ଟିକଟ ଉପଲବ୍ଧ ହୋଇଥିଲା। ଅନ୍‌ଲାଇନରେ ଉପଲବ୍ଧ ଥିବା ୨୦୦୦ ଟିକଟ ମାତ୍ର ୪ ମିନିଟ୍‌ ୩୫ ସେକେଣ୍ଡରେ  ଶେଷ ହୋଇଯାଇଥିଲା।

ଟିକଟ କିଣିବା ଲାଗି ପ୍ରାୟତଃ ୪୦ ହଜାରରୁ ଅଧିକ ବ୍ୟକ୍ତି ଅନ୍‌ଲାଇନ କ୍ୟୁରେ ରହିଥିଲେ।  ଅନ୍‌ଲାଇନରେ  ଗ୍ୟାଲେରୀ ନଂ ୨, ୪ ଓ ୭ ସହ  ସହ ଏସି ବକ୍ସ, ସ୍ପେଶାଲ ଏନକ୍ଲୋଜର ଓ ନ୍ୟୁ ପ୍ୟାଭିଲିୟନ ଟିକଟ ବିକ୍ରି ହୋଇଥିଲା।  ଅନ୍‌ଲାଇନରେ ଟିକଟ ବୁକିଂ କରିଥିବା  ବ୍ୟକ୍ତିମାନେ ବୁକିଂର ଅସଲି ରସିଦ ଦେଖାଇ  ଡିସେମ୍ବର ୮ ତାରିଖ ସକାଳ ୯ଟାରୁ ସନ୍ଧ୍ୟା  ୬ଟା ମଧ୍ୟରେ ଓ ୯ ତାରିଖ ସକାଳ ୯ଟାରୁ ଅପରାହ୍ଣ ୧ଟା ମଧ୍ୟରେ କେମ୍ବ୍ରିଜ ସ୍କୁଲ କାଉଣ୍ଟର ନିକଟରୁ ଟିକଟ ସଂଗ୍ରହ କରିପାରିବେ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories