www.samajalive.in
Monday, December 15, 2025
17.1 C
Bhubaneswar

ଅନ୍‍ଲାଇନ ପାଠପଢ଼ାରୁ ବଞ୍ଚିିତ ଗରିବ ଛାତ୍ରଛାତ୍ରୀ

ଖୋର୍ଦ୍ଧା : କରୋନା ଯୋଗୁ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା। ଗୋଟିଏ ପଟେ ଜନଜୀବନର ସୁରକ୍ଷାର କଥା ଓ ଅନ୍ୟପଟେ କମଳୋମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। କରୋନା ମହାମାରୀର ପ୍ରକୋପକୁ ଦେଖି କେନ୍ଦ୍ର ଓ ରାଜ୍ୟ ସରକାର ସବୁ ଶିକ୍ଷାଷ୍ଠାନକୁ ବନ୍ଦ ରଖିଛନ୍ତ। ପିଲାଙ୍କ ଭବିଷ୍ୟତକୁ ନେଇ ସରକାର ପକ୍ଷରୁ କିଛି ସମାଧାନର ସୂତ୍ର ବାହାର କରି ଅନ୍‍ଲାଇନ ମାଧ୍ୟମରେ ପାଛପଢା ପାଇଁ ନିର୍ଦେଶ ଦେଇଛନ୍ତି। ଯାହାକୁ ଆପଣେଇ କିଛି ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକ ଅନ୍‍ଲାଇନ୍‍ ପାଠପଢ଼ା ଆରମ୍ଭ କରିଛନ୍ତି। ସରକାର ଅନ୍‍ଲାଇନ ପାଠପଢ଼ା ନିର୍ଦେଶ ଦେଇଛନ୍ତି ସତ କିନ୍ତୁ ବାସ୍ତବିକ ଚିତ୍ର କ’ଣ ତାହା ସରକାରୀ ଅଧିକାରୀଙ୍କୁ ଅଜଣା। ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ମୌଳିକ ସମସ୍ୟା ସହ ସଂଗ୍ରାମ କରିଆସୁଛନ୍ତି। ସେଠାରେ ମୋବାଇଲ ଟାୱାର ନାହିଁ। ଖୋର୍ଦ୍ଧା ଜିଲାର ଦାମିଆବରବରା, ନୀଳାଦ୍ରୀପ୍ରସାଦ, ସବିଡା ଆଦି ଅଞ୍ଚଳରେ ମୋବାଇଲ ନେଟୱାର୍କ ନାହିଁ। ଅନ୍‍ଲାଇନ ପାଠପଢ଼ା ଏବେ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ନିକଟରେ ଅପହଞ୍ଚ। ଯେଉଁ ଅଞ୍ଚଳରେ ମୋବାଇଲ ନେଟୱାର୍କ ଆସୁଛି, ସେଠାକାର ଅଧିକାଂଶ ଛାତ୍ରଛାତ୍ରୀ ଗରିବ ଶ୍ରେଣୀର ହୋଇଥିବାରୁ ଅଭିଭାବକମାନେ କିଭଳି ସ୍ମାର୍ଟ ମୋବାଇଲ ଫୋନ ଯୋଗାଇ ଦେବେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛ। ଅନଲାଇନ୍‍ ପାଠପଢ଼ା ନିଷ୍ପତ୍ତିି ଗରିବ ପିଲାଙ୍କ ପାଇଁ ଧର୍ମକୁ ଆଖିଠାର ସଦୃଶ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories