www.samajalive.in
Saturday, December 13, 2025
23.1 C
Bhubaneswar

ଶହେ ଟପିଲା ପିଆଜ ; ଅମିତ୍‌ ଶାହା କଲେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ : ବର୍ଷରେ ଦ୍ବିତୀୟ ଥର ପାଇଁ ପୁନର୍ବାର ବଢ଼ିବାରେ ଲାଗିଛି ପିଆଜ ଦର। ମୁଖ୍ୟ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର ନାସିକ୍‌ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଚଳିତଥର ପିଆଜ ଫସଲ ଧୋଇଯାଇଛି। ଏହାଛଡା ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ପିଆଜ ଦର ଉଚ୍ଚା ରହିଥିବାରୁ ଦେଶକୁ ଏବେ ଏହାର ଆମଦାନୀ ସମ୍ଭାବନା କମ୍। ଏଭଳି ସ୍ଥଳେ ଘରୋଇ ବଜାରରେ ସମ୍ପ୍ରତି ପିଆଜ କିଲୋ ପିଛା ୧୦୦ ଟଙ୍କା ଛୁଇଁଛି। ରାଜ୍ୟରେ ପିଆଜ କିଲୋ ପିଛା ୬୦ ଟଙ୍କା ଛୁଇଁଲାଣି। ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁବାର ଏକ ଉଚ୍ଚ ସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗୁରୁବାର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ​ହୋଇଯାଇଛି।

ବୈଠକରେ ଆମଦାନୀ ଜରିଆରେ ଘରୋଇ ବଜାରରେ ପିଆଜ ଉପଲବ୍ଧତା ବଢ଼ାଇବା ଉପରେ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ​ଗୋୟଲ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଉପସ୍ଥିତ ଥିଲେ। ତେବେ ସ୍ବାସ୍ଥ୍ୟଗତ କାରଣରୁ ବୈଠକରେ କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ବାନ ଉପସ୍ଥିତ ନ ଥିଲେ। ଶ୍ରୀ ଶାହା ଗତ ବୈଠକରେ ବିଦେଶରୁ ଆମଦାନୀ ନେଇ ରହିଥିବା ପ୍ରସ୍ତାବ ଉପରେ ଜୋର ଦେଇଥିଲେ। ଏମ୍‌ଏମ୍‌ଟିସି ଜରିଆରେ ସରକାର ଇଜିପ୍ଟ ଏବଂ ତୁର୍କୀରୁ ୨୧,୦୦୦ ଟନ୍‌ ପିଆଜ ଆମଦାନୀ କରିବାକୁ କଣ୍ଟ୍ରାକ୍ଟ ଦେଇଥିବା ସଚିବ ସୂଚନା ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଚିବ ରାଜୀବ ​ଗୌବା ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପି.​କେ. ସିହ୍ନା ଏବଂ ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories