www.samajalive.in
Thursday, December 11, 2025
18.1 C
Bhubaneswar

ବଲିଉଡ୍‌ରେ ନିଶା କାରବାର : ଓଡ଼ିଶାରେ ଇଡିର ଖୋଳତାଡ଼

ଭୁବନେଶ୍ବର : ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନିଶା କାରବାରକୁ ନେଇ ସିବିଆଇ, ଏନ୍‌ସିବି ଓ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଖୋଳତାଡ଼ ଚଳାଇଛି। ଗତ ୮ ମାସରେ ଓଡ଼ିଶାରେ ଏସ୍‌ଟିଏଫ୍ ୧୭ କିଲୋଗ୍ରାମ ବ୍ରାଉନ୍‌ସୁଗର ଜବତ କରିସାରିଲାଣି। କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ କାରବାର ପଛରେ କାହାର ହାତ ରହିଛି ଏନେଇ ଇଡି ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ଗତ ମାର୍ଚ୍ଚ ୧୯ରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବାଲେଶ୍ବର ନୀଳଗିରି ଥାନା ଅଞ୍ଚଳରୁ ୨.୭୨୯ କିଲୋଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା। ଯାହାର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ପାଖାପାଖି ହେବ ତେବେ ଏହି ଘଟଣାରେ ଏସ୍‌ଟିଏଫ୍ ୨ ଜଣଙ୍କୁ ଗିରଫ କରିଥିଲା। ତେବେ ଏହି ବ୍ରାଉନ୍‌ସୁଗର କାରବାରର ଚେର୍‌ ଖୋଜିବା ଲାଗି ଇଡି ଏକ ମାମଲା ରୁଜୁ କରିଛି। ଓଡ଼ିଶାରେ ବିପୁଳ ମାତ୍ରାରେ ବ୍ରାଉନ୍‌ସୁଗର କାରବାର ହେଉଥିଲେ ମଧ୍ୟ ଏହା ବାହାର ପଡୋଶୀ ରାଜ୍ୟରୁ ଆସିଥାଏ। ତେବେ ଏତେ ପରିମାଣର ବ୍ରାଉନ୍‌ସୁଗର ଏକାଥରକେ ଜବତ ହେବା ପଛରେ ବଡ଼ଧରଣର ରାକେଟ୍‌ କାମ କରୁଥିବା ଇଡି ଜାଣିବାକୁ ପାଇଛି।
ଗତ କିଛି ମାସ ହେବ ଏସ୍‌ଟିଏଫ୍ ରାଜ୍ୟରେ ବ୍ରାଉନ୍‌ସୁଗର କାରବାରରେ ସମ୍ପୃକ୍ତ ଏକାଧିକ ରାକେଟ୍‌ର ପର୍ଦାଫାସ କରିଛି। ୩୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରି ସାରିଲାଣି। ତଥାପି ରାଜ୍ୟରେ ଧଳା ଜହର ଭଳି ନିଶାଦ୍ରବ୍ୟ କାରବାର ଚାଲିଛି। କେବଳ ନିଶାଦ୍ରବ୍ୟ ଚାଲାଣରେ ସମ୍ପୃକ୍ତ ଯୁବକ(କ୍ୟାରିଅର୍‌)ମାନଙ୍କୁ ଏସ୍‌ଟିଏଫ୍ ଓ କମିସନରେଟ୍‌ ପୁଲିସ ଧରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରୁଛି। କେବଳ କ୍ୟାରିଅର୍‌ମାନଙ୍କୁ ଧରିଲେ ନିଶା କାରବାର ବନ୍ଦ ହେବ ନାହିଁ। ଏହା ପଛରେ କାହାର ହାତ ରହିଛି ଏବଂ କିଏ ଅର୍ଥ ଲଗାଉଛି ସେସମ୍ପର୍କରେ ଇଡି ତଦନ୍ତ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନିଶା କାରବାର ପଛରେ ବେଆଇନ୍ ଟଙ୍କା କାରବାର ଖୋଳତାଡ ହେଲେ ଏହା ପଛରେ ଥିବା ବେପାରୀ ଧରାପଡିବେ। ନିଶା କାରବାରରେ ବଲିଉଡ୍‌ ଫିଲ୍ମ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଏନ୍‌ସିବି ଦ୍ବାରା ଗିରଫ ହେବା ପରେ ନିଶା କାରବାରରେ ଦିନକୁ ଦିନ ଅଧିକ ଅଭିନେତା ଓ ଅଭିନେତ୍ରୀଙ୍କ ନାମ ପଦାକୁ ଆସିବାରେ ଲାଗିଛି। ସେହିପରି ରିୟାଙ୍କ ହ୍ବାଟ୍‌ସ୍‌ ଆପ୍‌ ମେସେଜ୍‌ରେ ସେ ଓଡ଼ିଶା ଏକାଧିକବାର ଆସିଥିବା ନେଇ ସୁରାକ୍‌ ମିଳିଥିଲା। ସେହିପରି ଏହାପରେ ଅଭିନେତ୍ରୀ କଙ୍ଗନା ରଣାୱତ୍‌ ବଲିଉଡ୍‌କୁ ଓଡ଼ିଶାର ଖଣି ବ୍ୟବସାୟୀମାନେ ଯାଉଥିବା ନେଇ ଗଣମାଧ୍ୟମକୁ ତାଙ୍କ ସାକ୍ଷାତକାରରେ କହିଥିଲେ। ତେବେ ଓଡ଼ିଶା‌େ‌ର ନିଶା କାରବାର ପଛରେ ବଡ଼ ବ୍ୟବସାୟୀଙ୍କର ହାତ ଥିବା ନେଇ ସନ୍ଦେହ ଏବେ ସ୍ପଷ୍ଟ ହେବାରେ ଲାଗିଛି। ଏନେଇ ଆଭାସ ପାଇବା ପରେ ଇଡି ବ୍ରାଉନ୍‌ସୁଗର କାରବାର ପଛରେ ଚାଲିଥିବା ବେଆଇନ୍ ଅର୍ଥ କାରବାର ଖୋଳତାଡ କରିବାକୁ ଆଗ୍ରହ ପ୍ରକାଶ କରିଛି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories