www.samajalive.in
Saturday, December 6, 2025
15.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ୧୦ଜିବି ରାମର ୱାନପ୍ଲସ ୬ଟି ମ୍ୟାକ୍‍ଲରେନ୍‍ ଏଡିସନ୍‍

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଲା ୱାନପ୍ଲସ ୬ଟିର ମ୍ୟାକ୍‍ଲରେନ୍‍ ଏଡିସନ୍‍। ଭାରତ ପୂର୍ବରୁ ପ୍ରଥମେ ଏହି ଫୋନକୁ ବ୍ରିଟେନରେ ଲଞ୍ଚ କରାଯାଇଥିଲା। ୱାନପ୍ଲସ ୬ଟି ମ୍ୟାକ୍‍ଲରେନ୍‍ ଏଡିସନ୍‍ର ବିଶେଷତ୍ୱ ବିଷୟରେ କହିଲେ, ଏଥିରେ ୧୦ଜିବି ରାମ ମିଳିବ ଏବଂ ଏହାସହିତ ଏହା ୱାରପ୍‍ ଚାର୍ଜ ୩୦କୁ ସେପାର୍ଟ କରିବ। ଫୋନର ରିୟଲ ପ୍ୟାନେଲରେ ଫ୍ଲାସ ଦିଆଯାଇଛି। ଫୋନକୁ ନେଇ କମ୍ପାନୀର କହିବା କଥା ଫର୍ମୁଲା ୱାନ୍‍ ରେସିଙ୍ଗ କାରରେ ବ୍ୟବହାର ହେଉଥିବା ଫାଇବର ପ୍ଳାଷ୍ଟିକ୍‍ରେ ଏହି ଫୋନର ଲୋଗୋ ପ୍ରସ୍ତୁତ କରାଯାଇଛି। ଫୋନ ସହିତ ୩୦ୱାଟର ଚାର୍ଜର ପାଇପାରିବେ। ଫୋନର ୧୦ଜିବି ରାମ, ୨୫୬ଜିବି ଷ୍ଟୋରେଜର ମୂଲ୍ୟ ୫୦,୯୯୯ଟଙ୍କା। ସେହିଭଳି ଅକ୍ଟୋବର ମାସରେ ଲଞ୍ଚ ହୋଇଥିବା ୮ଜିବି ରାମ, ୨୫୬ଜିବି ମଡେଲର ମୂଲ୍ୟ ୪୫,୯୯୯ଟଙ୍କା। ୱାନପ୍ଳସର ଅନଲାଇନ ଷ୍ଟୋରେରେ ଡିସେମ୍ବର ୧୩ରୁ ଏହି ଫୋନ ଉପଲବ୍ଧ ହେବ। ଏହି ଫୋନ କିଣିବା ବେଳେ ଆକ୍ସିସ ବ୍ୟାଙ୍କ କାର୍ଡରୁ ପେମେଣ୍ଟ କିରିିବା ଦ୍ୱାରା ୧୫୦୦ଟଙ୍କାର କ୍ୟାସବ୍ୟାକ ପାଇପାରିବେ।

courtesy – xda developers

ଏଥିରେ ୬.୪ଇଞ୍ଚ୍‍ର ଫୁଲ ଏଚ୍‍ଡି ପ୍ଳସ ଏମୋଲେଡ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୩୪୦ ଆସପେକ୍‍ଟ ରେଶିୟୋ ୧୯:୫:୯ ରହିଛି। ଡିସପ୍ଲେ ଉପରେ କନିଙ୍ଗ ଗରିଲା ୬ର ପ୍ରୋଟେକସନ୍‍ ସହିତ ଫୋନରେ ୱାଟର ଡ୍ରପ ନଞ୍ଚ ଡିସପ୍ଲେ ଦିଆଯାଇଛି। ଫୋନ ସହିତ ଡୁଆଲ ନେନୋ ସିମ୍‍ ସପୋର୍ଟ ମଳିବ। କ୍ୱାଲାକମର ଅକ୍‍ଟାକୋର ସ୍ନାପଡ୍ରାଗନ ୮୪୫ପ୍ରୋସେସର ମିଳିବ। ସେହିଭଳି ଫୋନରେ ଡୁଆଲ ରିୟର କ୍ୟମେରା ସେଟଅପ୍‍ ରହିଛି ଯେଉଁଥିରୁ ଗୋଟିଏ କ୍ୟାମେରା ୧୬ମେଗାପିକ୍ସେଲର ସୋନି ଆଇଏମ୍‍ଏକ୍ସ୫୧୯ ସେନସର ରହିଛି। ଏହାର ଅଫଚର ଏଫ/୧.୭। ସେହିଭଳି ଅନ୍ୟ କ୍ୟାମେରାଟି ୨୦ମେଗାପିକ୍ସେଲର ସୋନି ଆଇଏମ୍‍ଏକ୍ସ୩୭୬ସେନସର। ଯାହାର ଅଫର୍ଚର ଏଫ୍‍/୧.୭। ଏହି କ୍ୟାମେରା ସାହାର୍ଯ୍ୟରେ ୪କେର ଭିଡିଓ ରେକର୍ଡ କରିପାରିବେ। ଏହାର ଆଗପଟ କ୍ୟାମେରା ୧୬ମେଗାପିକ୍ସେଲର। ଏଥିରେ ୩୭୦୦ଏମ୍‍ଏଚର ବ୍ୟାଟେରୀ ରହିଛି। ସଂଯୋଗ ପାଇଁ ଫୋନରେ ୪-ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୫.୦, ଏନ୍‍ଏଫସି, ଜିପିଏସ୍‍, ୟୁଏସବି ଟାଇପ-ସି ପୋର୍ଟ ଭଳି ଫିଚର ପାଇପାରିବେ। ଏଥିରେ ଇନ୍‍ ଡିସପ୍ଲେ ଟିପଚିହ୍ନ ସେନସର ମଧ୍ୟ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories