www.samajalive.in
Saturday, December 13, 2025
27.1 C
Bhubaneswar

ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ଅଘଟଣ : ଟ୍ରାଫିକ୍ କଟକଣା ଯୋଗୁଁ ମହିଳାଙ୍କ ପ୍ରାଣଗଲା

କାନପୁର : ରାଷ୍ଟ୍ରପତିଙ୍କ କାନପୁର ଗସ୍ତ କାଳରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଟ୍ରାଫିକ କଟକଣା ଯୋଗୁଁ ଶୁକ୍ରବାର ରାତିରେ ଜନୈକ ୫୦ବର୍ଷୀୟା ଅସୁସ୍ଥ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଭାରତୀୟ ଉଦ୍ୟୋଗ ସଂଘ (ଆଇଏଆଇ) ସ୍ଥାନୀୟ ଶାଖା ସଭାପତି ବନ୍ଦନା ମିଶ୍ର ବୋଲି ଜଣାପଡ଼ିଛି। କରୋନା ସଂକ୍ରମିତ ବନ୍ଦନାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଉଥିବାବେଳେ ତାଙ୍କ ଗାଡ଼ି ଟ୍ରାଫିକ କଟକଣା ଯୋଗୁଁ ଅଟକି ଯାଇଥିଲା; ଫଳରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ନେଇ କାନପୁର ମହାନଗର ପୁଲିସ ଆୟୁକ୍ତ ଅସୀମ ଅରୁଣ ଦୁଃଖ ପ୍ରକାଶ କରିବା ସହ ପୁଲିସ ବିଭାଗ ପକ୍ଷରୁ କ୍ଷମା ମାଗିଛନ୍ତି। ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣା ନେଇ ସବ୍‌ଇନ୍ସପେକ୍ଟର ସୁଶୀଲ କୁମାର ଓ ଅନ୍ୟ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କାରଯାଇଛି। ଅତିରିକ୍ତ ଡିସିପିଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ବନ୍ଦନାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଜିଲାପାଳ ଓ କାନପୁର ପୁଲିସ ଆୟୁକ୍ତଙ୍କୁ ଫୋନ କରି ସବିଶେଷ ଖବର ବୁଝିଥିବା ପ୍ରକାଶ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories