www.samajalive.in
Tuesday, December 9, 2025
17.1 C
Bhubaneswar

ଜମ୍ମୁ କାଶ୍ମୀରରେ ଜଣେ କୁଖ୍ୟାତ ଲସ୍କର କମାଣ୍ଡରଙ୍କ ସମେତ ୨ ଆତଙ୍କି ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ନିରାପତ୍ତା ବାହିନୀ ସହିତ ଗୁଳି ବିନିମୟରେ ଲସ୍କର ଇ ତଇବାର ଜଣେ କୁଖ୍ୟାତ କମାଣ୍ଡରଙ୍କ ସମେତ ୨ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ପ୍ରତ୍ୟୁଷରେ ସୋପିଆନ ଅଞ୍ଚଳରେ ଏହି ଗୁଳି ବିନିମୟ ଘଟଣା ଘଟିଥିଲା। ନିହତ ଲସ୍କର ଇ ତଇବା କମାଣ୍ଡର ଇଶଫାକ୍‍ ଦର ଓରଫ ଆବୁ ଆକ୍ରମ ବୋଲି ଚିହ୍ନଟ କରାଯାଇଛି ଏବଂ ସେ ୨୦୧୭ରୁ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ରହିଆସୁଥିଲେ। ତାଙ୍କ ବ୍ୟତୀତ ସୁରକ୍ଷା ବାହିନୀ ସହିତ ଗୁଳି ବିନିମୟରେ ଅନ୍ୟଜଣେ ଆତଙ୍କି ମଧ୍ୟ ପ୍ରାଣ ହରାଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ ସୋପିଆନର ଚେକ୍‍ ସାଦିନ ଖାଁ ଅଞ୍ଚଳରେ ଆତଙ୍କବାଦି ଲୁଚି ରହିଥିବା ଖବର ରବିବାର ରାତିରେ ମିଳିବା ପରେ ସୁରକ୍ଷ ବାହିନୀ ଯବାନମାନେ ଉକ୍ତ ଅଞ୍ଚଳକୁ ଘେରାଉ କରିନେବା ସହିତ ତଲାସି ଅଭିଯାନ ଆରମ୍ଭ କରିଦେଇଥିଲେ। ତେବେ ଲୁଚି ରହିଥିବା ଆତଙ୍କିମାନେ ସୁରକ୍ଷା ବାହିନୀ ଯବାନଙ୍କ ଉପରକୁ ଗୁଳି ଚଳାଇବା ଫଳରେ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା। ସୋମବାର ସକାଳୁ ଯବାନଙ୍କ ଗୁଳିରେ ଦୁଇ ଆତଙ୍କିଙ୍କର ମୃତ୍ୟୁ ଘଟିଥିଲା ବୋଲି କାଶ୍ମୀର ଉପତ୍ୟକାର ପୁଲିସ ମହାନିରୀକ୍ଷକ ବିଜୟ କୁମାର କହିଛନ୍ତି। ମୃତ ଆତଙ୍କିଙ୍କ ନିକଟରୁ ବହୁ ଆପତ୍ତିଜନକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୁରକ୍ଷା ବାହିନୀ ପକ୍ଷରୁ ଉକ୍ତ ଅଞ୍ଚଳରେ ଅଧିକ ତଲାସି ଚାଲିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories