www.samajalive.in
Sunday, December 7, 2025
23.1 C
Bhubaneswar

ଜଣଙ୍କ ପାଇଁ ଗୋଟିଏ ଭୋଟଗ୍ରହଣ କେନ୍ଦ୍ର

ଗୁଜରାଟ: ୨୦୨୪ ଲୋକସଭା ନିର୍ବାଚନ ବିଗୁଲ ବାଜି ସାରିଛି। ଦେଶର ସବୁ ଭୋଟର ଯେପରି ନିଜର ଅଧିକାର ସାବ୍ୟସ୍ତ କରିପାରିବେ ସେଥିପାଇଁ ଭାରତୀୟ ନିର୍ବାଚନ ଆୟୋଗ ସବୁପ୍ରକାର ବନ୍ଦୋବସ୍ତ କରିଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୁଜରାଟ ଗିର୍‌ ଜଙ୍ଗଲରେ ଯେଉଁ ଭୋଟଗ୍ରହଣ କେନ୍ଦ୍ର ସ୍ଥାପିତ ହେଉ ଆସୁଛି ସେଠାରେ ଜଣେ ମାତ୍ର ବ୍ୟକ୍ତି ଭୋଟ ଦିଅନ୍ତି। ଗିର୍‌ ଜଙ୍ଗଲ ମଧ୍ୟରେ ଏକ ଶିବ ମନ୍ଦିର ରହିଛି। ଏହି ଶିବ ମନ୍ଦିରରେ ପୂଜକ ଭାବେ ଦାୟିତ୍ବ ନିର୍ବାହ କରୁଥିବା ମହନ୍ତ ହରିଦାସଙ୍କ ନିମନ୍ତେ ସ୍ବତନ୍ତ୍ର ଭାବେ ଭୋଟଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇ ଆସୁଛି।

ମହନ୍ତ ହରିଦାସଙ୍କ ଛଡ଼ା ଏଠାରେ ଆଉ କେହି ଭୋଟର ନାହାନ୍ତି। ସେହିପରି ସପ୍‌ନେସ୍‌ ନାମକ ଅନ୍ୟ ଏକ ଅଞ୍ଚଳରେ ରହୁଥିବା ୪୨ଜଣ ଭୋଟରଙ୍କ ନିମନ୍ତେ ଭୋଟଗ୍ରହଣ କେନ୍ଦ୍ର ଖୋଲାଯାଇଛି। ସପ୍‌ନେସ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଅନ୍ୟ କୌଣସି ଜନବସତି ନାହିଁ। ଅନ୍ୟପକ୍ଷରେ ସୋମନାଥ ଜିଲାରେ ପୂର୍ବ ଆଫ୍ରିକାରୁ ୧୪ଶରୁ ୧୭ଶ ଶତାବ୍ଦୀ ମଧ୍ୟରେ ଆସି ରହି ଆସୁଥିବା ସିଦ୍ଧିସ୍‌ ସମ୍ପ୍ରଦାୟର ଭୋଟ ସଂଖ୍ୟା ୩୫୦୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ପାଇଁ ଏହି ଅଞ୍ଚଳରେ ସ୍ବତନ୍ତ୍ର ଭୋଟଗ୍ରହଣ କେନ୍ଦ୍ର ଖୋଲାଯାଇଛି। ଆରବ ସାଗରର ମଧ୍ୟରେ ସିଆଲବେଟ ନାମକ ଏକ ଛୋଟ ଦ୍ବୀପ ରହିଛି।

- Advertisement -

ଏଠାରେ ୮୩୨ଟି ପରିବାର ବସବାସ କରନ୍ତି। ଏମାନେ ମାଛ ଧରି ଜୀବିକା ନିର୍ବାହ କରିଥାନ୍ତି। ଏହି ଦ୍ବୀପକୁ ୫୦ଜଣ ନିର୍ବାଚନ ଅଧିକାରୀ ବୋଟ୍‌ ଯୋଗେ ଯାଇ ୫ ହଜାରରୁ ଊର୍ଦ୍ଧ୍ବ ଭୋଟରଙ୍କ ନିମନ୍ତେ ୫ଟି ଭୋଟଗ୍ରହଣ କେନ୍ଦ୍ର ଖୋଲିଥାନ୍ତି। ୨୦୨୪ ନିର୍ବାଚନ ପାଇଁ ଏସବୁ ଅଞ୍ଚଳରେ ଭୋଟଗ୍ରହଣ କେନ୍ଦ୍ର ଖୋଲିବାକୁ ନିର୍ବାଚନ ଆୟୋଗ ପଦକ୍ଷେପ ଗ୍ରହଣ କରିଛି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories