www.samajalive.in
Saturday, December 6, 2025
15.1 C
Bhubaneswar

ପିଏମସି ବ୍ୟାଙ୍କ ଦୁର୍ନୀତି: ଆଉ ଜଣେ ଜମାକାରୀଙ୍କ ମୃତ୍ୟୁ

ମୁମ୍ବଇ: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ(ପିଏମସି ବ୍ୟାଙ୍କ)ର ଆଉ ଜଣେ ଜମାକାରୀଙ୍କ ମୃତ୍ୟୁ ଘଟିଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି ୬୪ ବର୍ଷୀୟ କୁଲଦୀପ କୌର ବିଜ୍‌। କୁଲଦୀପଙ୍କ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୭ ଜମାକାରୀଙ୍କ ମୃତ୍ୟୁ ଘଟିସାରିଲାଣି। ବ୍ୟାଙ୍କରେ ୪୩୫୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିବା ପରେ ଟଙ୍କା ଉଠାଣ ଲାଗି ଜମାକାରୀଙ୍କ ଉପରେ କଟକଣା ଜାରି କରାଯାଇଛି। ଫଳରେ ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିବା ଜମାକାରୀମାନେ ଟଙ୍କା ଉଠାଣରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଚାପରେ ରହିବା ଫଳରେ ଜମାକାରୀଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି।

ଅନ୍ୟପଟେ ବ୍ୟାଙ୍କରୁ ନଗଦ ଟଙ୍କା ଉଠାଣ ଲାଗି କଟକଣା ହଟାଇବାକୁ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନ ଉପରେ କେନ୍ଦ୍ର ସରକାର ଏବଂ ଆରବିଆଇକୁ ନୋଟିସ ଜାରି କରାଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଡି.ଏନ. ପଟେଲ ଏବଂ ଜଷ୍ଟିସ ସି. ହରିଶଙ୍କରକଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ଥ ମନ୍ତ୍ରଣାଳୟ, କେନ୍ଦ୍ର ସରକାର, ଆରବିଆଇ ଏବଂ ପିଏମସି ବ୍ୟାଙ୍କକୁ ଜବାବ ରଖିବାକୁ ନିର୍ଦେଶ ଜାରି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories