ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୩ଦିନିଆ ଥାଇଲାଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା ଏବଂ ଦ୍ବିପାକ୍ଷିକ ସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ପରସ୍ପରର ସହଯୋଗକୁ ମଜଭୁତ କରିବା ଉପରେ ଫୋକସ ରହିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆସିୟାନ-ଭାରତ, ପୂର୍ବ ଏସିଆ ଏବଂ ଆରସିଇପି ଶିଖର ସମ୍ମିଳନୀରେ ଯୋଗଦେବେ। ବ୍ୟାଙ୍କକରେ ହେବାକୁ ଥିବା ୧୬ ଦେଶର ବ୍ୟାଣିଜ୍ୟିକ ବୈଠକ ଅବସରରେ ରିଜିଓନାଲ କମ୍ପ୍ରିହେନଶିଭ୍ ଇକୋନୋମିକ ପାର୍ଟନରଶିପ(ଆରସିଇପି)ର ରାଜିନାମା ସମ୍ପର୍କରେ ଘୋଷଣା କରାଯିବ, ଯାହା ଉପରେ ସାରା ବିଶ୍ଵର ନଜର ରହିଛି। ଯଦି ଏହି ରାଜିନାମାକୁ ଚୂଡ଼ାନ୍ତ ରୂପ ଦିଆଯିବାରେ ସଫଳତା ମିଳେ, ତେବେ ଏହା ବିଶ୍ଵର ସବୁଠାରୁ ବଡ଼ ମୁକ୍ତ ବାଣିଜ୍ୟିକ କ୍ଷେତ୍ର ହୋଇପାରିବ ବୋଲି କୁହାଯାଉଛି।
Popular Categories



