www.samajalive.in
Sunday, December 7, 2025
26.1 C
Bhubaneswar

ମହାନଦୀରେ ଡଙ୍ଗା ବୁଡି ଜଣେ ନିଖୋଜ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଗୟଳବାଙ୍କ ଗ୍ରାମର ରଘୁ ଦଳେଇ ନିଜ ପୁଅ ସହିତ ମହାନଦୀ ଦେବୀଦୁଆର ଘାଟ ଠାରେ ହୁଲି କାଠୁଆ ଧରି ମାଛ ଧରିବାକୁ ଗୁରୁବାର ସନ୍ଧ୍ୟାରେ ଯାଇଥିଲେ। ସନ୍ଧ୍ୟା ୭ଟାରେ ଘଡଘଡି ସହ ପ୍ରବଳ ବର୍ଷା ଓ ପବନ ହେବାରୁ ନଦୀରେ ଡଙ୍ଗାଟି ଓଲଟି ବୁଡିଯାଇଥିଲା। ବାପ ରଘୁ ଦଳେଇ ପହଁରି ପହଁରି କୂଳରେ ପହଞ୍ଚି ଥିଲା ବେଳେ ପୁଅ ରଞ୍ଜିତ ଦଳେଇ (ବୟସ-୨୫)ଙ୍କର କୌଣସି ପ୍ରକାରେ କୂଳକୁ ଆସିନଥିବା ତାଙ୍କ ବାପା ଗ୍ରାମବାସୀଙ୍କୁ କହିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ବାଙ୍କୀ ଓ ଡମପଡାର ଦମକଳ ବାହିନୀ ପହଞ୍ଚି ନଦୀରେ ଖୋଜା ଖୋଜି ଜାରି ରଖିଥିଲେ ମଧ୍ୟ ନିଖୋଜ ରଞ୍ଜିତ ଦଳେଇର କୌଣସି ଖବର ମିଳି ନାହିଁ। ଘଟଣା ସ୍ଥଳରେ ଗ୍ରାମବାସୀମାନେ ରୁଣ୍ଡ ହୋଇଥିଲା ବେଳେ ଅନ୍ଧାର ଯୋଗୁଁ ନିଖୋଜଙ୍କର ପତ୍ତା ପାଇବା କଷ୍ଟକର ହୋଇଥିବା ଜଣାପଡିଛି। ଆଠଗଡରୁ ଅଗ୍ନିଶମ ବିଭାଗ ପହଞ୍ଚି ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ବାଙ୍କୀ ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରଞ୍ଜିତଙ୍କର ପତ୍ତା ମିଳିନଥିବା ଜଣାପଡିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories