www.samajalive.in
Monday, December 15, 2025
15.1 C
Bhubaneswar

ବାଂଲାଦେଶ ବାୟୁସେନା ଘାଟିରେ ଆକ୍ରମଣ, ଜଣେ ମୃତ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶର କୋକ୍ସ ବଜାର ନିକଟ ସମିତି ପାରା ଅଞ୍ଚଳରେ ଥିବା ଏକ ବାୟୁସେନା ଘାଟିରେ ସୋମବାର ଆକ୍ରମଣ ହୋଇଛି। ସମିତି ପାରା ଅଞ୍ଚଳର କିଛି ବିଦ୍ରୋହୀ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି। ବାଂଲା ସରକାରଙ୍କ ଗୃହ ବ୍ୟାପାର ଉପଦେଷ୍ଟା ଏମ. ଜାହାଙ୍ଗୀର ଆଲମ ଚୌଧୁରୀ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହଯୋଗୀମାନେ ଦେଶରେ ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗ କରିବା ପରେ ଏହି ଆକ୍ରମଣ ହୋଇଛି। ଜାହାଙ୍ଗୀର କହିଥିଲେ, ଦେଶରେ ଅରାଜକତା ସୃଷ୍ଟି କରୁଥିବା ଆତଙ୍କୀମାନଙ୍କୁ ଛଡ଼ାଯିବ ନାହିଁ। ଏମାନେ ସମସ୍ତେ ହସିନାଙ୍କ ଆୱାମୀ ଲିଗ୍‌ର ସହଯୋଗୀ ଦଳ ବୋଲି କହିଥିଲେ। ଏହା ପରେ ସମିତି ପାରା ଅଞ୍ଚଳର ବିଦ୍ରୋହୀମାନେ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲେ। ଘାଟି ଉପରକୁ ସେମାନେ ଗୁଳିମାଡ଼ କରିଥିଲେ। ଏଥିରେ ସମିତି ପାରା ଅଞ୍ଚଳର ୩୦ ବର୍ଷୀୟ ଶିହାବ କବିର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବାୟୁସେନା ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ଲାଗି ଉଦ୍ୟମ ଚାଲିଥିବା କକ୍ସ ବଜାର ଜିଲା ଆୟୁକ୍ତ ମହମ୍ମଦ ସଲାହୁଦ୍ଦିନ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories