www.samajalive.in
Saturday, December 6, 2025
16.1 C
Bhubaneswar

ସାପ କାମୁଡାରେ ବୃଦ୍ଧ ମୃତ

ବାଲିଚନ୍ଦ୍ରପୁର : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୃଷ୍ଣଦାସପୁର ଗ୍ରାମରେ ସାପ କାମୁଡାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଏହି ଗ୍ରାମର ଶଙ୍କର ଜେନା(୮୨) । ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡିଦେଇଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେଠାରେ ତାଙ୍କ ମୃତଦେହକୁ ବ୍ୟବଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଖବର ପାଇ ବାଲିଚନ୍ଦ୍ରପୁର ରାଜସ୍ୱ ନିରିକ୍ଷକ ଅମରେନ୍ଦ୍ର ସାହୁ କୃଷ୍ଣଦାସପୁର ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories